ଚେନ୍ନାଇ ପାଇଁ ଖେଳିବେ ଏହି ଯୁବ ବୋଲର: କ୍ୟାନ୍ସରରେ ହୋଇଥିଲା ମା’ଙ୍କ ଦେହାନ୍ତ

246

କନକ ବ୍ୟୁରୋ: ଜାରି ରହିଛି ଆଇପିଏଲ ୨୦୨୨ ପାଇଁ ମେଗା ଅକ୍ସନ । ଆଉ ପ୍ରଥମ ଦିନରେ ଯୁବ ବୋଲର ତୁଷାର ଦେଶପାଣ୍ଡେଙ୍କୁ କିଣିଥିଲା ଚେନ୍ନାଇ । ଏନେଇ ତୁଷାର ଖୁସିଥିବା ନିଜେ କହିଛନ୍ତି । ସେ କହିଛନ୍ତି, ମୋର ପସନ୍ଦର ବୋଲର ହେଉଛନ୍ତି ଡେଲ ଷ୍ଟେନ, ହେଲେ ମୁଁ ଧୋନୀଙ୍କୁ ମୋ ଆଦର୍ଶ ବୋଲି ମାନେ ଆଉ ଏବେ ତାଙ୍କ ସହ ଖେଳିବାର ସୌଭାଗ୍ୟ ପାଇବି ।

ତୁଷାର ଦେଶପାଣ୍ଡେଙ୍କୁ ଚେନ୍ନାଇ ୨୦ ଲକ୍ଷ ବେସ ପ୍ରାଇସରେ କିଣିଥିଲା । ଗତ ଆଇପିଏଲରେ ତୁଷାର ଦିଲ୍ଲୀ କ୍ୟାପିଟାଲ ପାଇଁ ଖେଳିଥିଲେ । ତୁଷାର ଆଇପିଏଲରେ ମୋଟ ୫ଟି ମ୍ୟାଚ ଖେଳି ୩ ୱିକେଟ ନେଇଛନ୍ତି । ହେଲେ ଏଥର ସେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି ।

ତୁଷାର କ୍ରିକେଟରେ ନିଜ କ୍ୟାରିୟର ମୁମ୍ବାଇରୁ ଆରମ୍ଭ କରିଥିଲେ । ଏଥିପାଇଁ ତାଙ୍କୁ ଅନେକ ପରିଶ୍ରମ କରିବାକୁ ପଡିଥିଲା । ଆଉ ସଂଘର୍ଷ କରିବା ପରେ ସେ ଏଯାଏଁ ଆସିବାକୁ ସମର୍ଥ ହୋଇଥିଲେ । ସେ କହିଛନ୍ତି କି, ମୋର ଇଚ୍ଛା ମୁଁ ଭାରତ ପାଇଁ ଟେଷ୍ଟ ମୟାଚ ଖେଳିବା । ଆଉ ନିଜ ସଫଳତାର ଶ୍ରେୟ ନିଜ ପରିବାରକୁ ହିଁ ଦେଇଛନ୍ତି ।

ତୁଷାର କଲ୍ୟାଣ ନଗର ଅଞ୍ଚଳରେ ନିଜ ବାପା ଓ ଭଉଣୀଙ୍କ ସହ ରୁହନ୍ତି । ଦୁଇ ବର୍ଷ ପୂର୍ବେ ତୁଷାରଙ୍କ ମାଆ କ୍ୟାନ୍ସରରେ ପୀଡିତ ହୋଇ ଅସବୁଦିନ ପାଇଁ ଆଖି ବୁଜିଦେଇଥିଲେ । ସେ ୫ ବର୍ଷ ବୟସରୁ ହିଁ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ।