ଚେୟାରମ୍ୟାନଙ୍କ ଗୋଟିଏ ଫୋନ କଲ୍: ଖାଇବା ଛାଡି ଏମିତି ଅକ୍ସନରେ ପହଞ୍ଚିଥିଲେ ଚାରୁ ଶର୍ମା

660

କନକ ବ୍ୟୁରୋ: ଆଇପିଏଲ ମେଗା ଅକ୍ସନର ପ୍ରଥମ ଦିନରେ ଏମିତି ଏକ ଘଟଣା ଘଟିଥିଲା ଯେଉଁଥିପାଇଁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଅକ୍ସନ ଚାଲିଥିବା ସମୟରେ ଅକ୍ସନର ହ୍ୟୁଜ ଏଡମିଡସ ହଠାତ ଅଚେତ ହୋଇପଡିଥିଲେ । ଫଳରେ ଅକ୍ସନକୁ କିଛି ସମୟ ପାଇଁ ରୋକାଯାଇଥିଲା । ଏହାରି ମଧ୍ୟରେ ଚିନ୍ତାରେ ପଡିଯାଇଥିଲା ବିସିସିଆଇ କେମିତି ଆଇପିଏଲକ୍କ୍ନ ହେବ? ଠିକ ଏହି ସମୟରେ ଆଇପିଏଲ ଚେୟାରମ୍ୟାନ ବ୍ରିଜେଶ ପଟେଲଙ୍କ ମନେପଡିଥିଲା ତାଙ୍କର ସାଙ୍ଗ ଚାରୁ ଶର୍ମାଙ୍କ କଥା ।

ଏହାପରେ ଚେୟାରମ୍ୟାନ ନିଜେ ଚାରୁ ଶର୍ମାଙ୍କୁ ଫୋନ କରିଥିଲେ । ଆଉ ତାଙ୍କୁ ଆଇପିଏଲ ଅକ୍ସନରେ ପହଞ୍ଚିବାକୁ କହିଥିଲେ । ଏହି ସମୟରେ ଚାରୁ ଶର୍ମା ନିଜ ପରିବାରର ସହ ମଧ୍ୟାହ୍ନ ଭୋଜନ କରୁଥାନ୍ତି । ଏହି କଥା ଶୁଣିବା ପରେ ଚାରୁ ଶର୍ମା ଖାଇବା ଛାଡି ୨୦ ମିନିଟ ଭିତରେ ବାଙ୍ଗାଲୁରୁର ଟ୍ରାଫିକରେ ଅକ୍ସନ ହେଉଥିବା ହୋଟେଲରେ ପହଞ୍ଚିଥିଲେ । ଆଉ ସବୁ ସୂଚନା ନେଇ ସିଧା ଅକ୍ସନ ମଞ୍ଚ ଉପରକୁ ଯାଇଥିଲେ ।

ଚାରୁ ଶର୍ମା କହିଥିଲେ କି, ମୁଁ ଟିକେ ଡରି ଯାଇଥିଲି । କାରଣ ଘରକୁ କିଛି ଅତିଥି ଆସିଥିଲେ । ଆଉ ମୁଁ ଆଇପିଏଲ ନିଲାମୀ ଦେଖୁନଥିଲି । ତେଣୁ ମୁଁ ଜାଣିନଥିଲି ସେଠାରେ କଣ ହଉଛି । ବ୍ରିଜେଶ ପଟେଲ ମୋର ଜଣେ ପୁରୁଣା ସାଙ୍ଗ ତେଣୁ ମୁଁ ଏଠାକୁ ଆସିବାକୁ ନିଷ୍ପତ୍ତି ନେଇଥିଲି । ମୁଁ ପୂର୍ବରୁ ମଧ୍ୟ ଅନେକ ନିଲାମ ପ୍ରକ୍ରିୟାରେ ଭାଗ ନେଇ ସାରିଛି । ତେଣୁ ମତେ ଏତେଟା ଅସୁବିଧା ହେଲା ନାହିଁ ।