ବାହାର ରାଜ୍ୟରୁ ଓଡିଶା ଆସିବା ପାଇଁ କଟକଣା ହଟାଇଲେ ସରକାର : ଓଡିଶା ଆସିବା ପାଇଁ ଦରକାର ନାହିଁ କୋଭିଡ୍ ଟେଷ୍ଟ ରିପୋର୍ଟ

148

କନକ ବ୍ୟୁରୋ : ହଟିଲା କରୋନା କଟକଣା । ଓଡ଼ିଶା ଆସିବା ପାଇଁ ଏବେ ଆଉ ଦରକାର ହେବନି କୋଭିଡ ନେଗେଟିଭ ରିପୋର୍ଟ । କରୋନା ସଂକ୍ରମଣ କମିବା ପରେ କଟକଣା ହଟାଇଲେ ଓଡ଼ିଶା ସରକାର । ଏବେ ଓଡ଼ିଶା ଆସିବା ପାଇଁ ଲୋକଙ୍କୁ ଆଣ୍ଟିଜେନ ଓ ଆରଟିପିସିିଆର ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡ଼ିବ ନାହିଁ । ଏନେଇ ସ୍ବତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଉଲ୍ଲେଖଯୋଗ୍ୟ, କରୋନାର ଦ୍ବିତୀୟ ଲହର ସମୟରେ ସଂକ୍ରମଣ ସଂଖ୍ୟା ବଢ଼ିବା ପରେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଓଡ଼ିଶା ସରକାର ବାହାରୁ ଆସୁଥିବା ଯାତ୍ରୀଙ୍କ ଉପରେ କିଛି କଟକଣା ଲଗାଇଥିଲେ । ଓଡ଼ିଶା ଆସୁଥିଲେ ଯାତ୍ରୀଙ୍କୁ ଆଣ୍ଟିଜେନ ଓ ଆରଟିପିସିିଆର ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡ଼ୁଥିଲା । ରିପୋର୍ଟ ପଜିଟିଭ ଆସୁଥିଲେ ଯାତ୍ରୀମାନେ ଓଡ଼ିଶା ଆସିପାରୁନଥିଲେ । ହେଲେ ଏବେ ସଂକ୍ରମଣ କମ ହେବା ସହ ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ସରକାର ଏହି କଟକଣା ହଟାଇଛନ୍ତି। ଏବେ ଓଡ଼ିଶା ଆସିବା ପାଇଁ ଲୋକଙ୍କୁ ନିଜର ଆଣ୍ଟିଜେନ ଓ ଆରଟିପିସିିଆର ପରୀକ୍ଷା କରାଇବାକୁ ପଡ଼ିବ ନାହିଁ ।