ପାରିବାରିକ କଳହକୁ ନେଇ ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଲା ସ୍ୱାମୀ : ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି

114

କନକ ବ୍ୟୁରୋ : ସ୍ତ୍ରୀକୁ ଜାଳି ଦେଲା ସ୍ୱାମୀ । ପାରିବାରିକ କଳହରୁ ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ସ୍ୱାମୀ । ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗଞ୍ଜାମ ଜିଲ୍ଲା ଆର୍ଯ୍ୟପାଲୀରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଁର ବି. ମୁକୋଡୁଙ୍କ ସହ ଝଗଡା ହେବାରୁ ତାଙ୍କ ପତ୍ନୀ ବାପଘରେ ରହୁଥିଲେ ।

ଆଜି ସକାଳେ ସେ କାମ କରିବାକୁ ଯାଉଥିବା ବେଳେ ଗାନ୍ଧୀ ଛକ ନିକଟରେ ବି. ମୁକୋଡୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଛତ୍ରପୁର ମେଡିକାଲ ଓ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ବି. ମୁକୋଡୁକୁ ଅଟକ ରଖି ତଦନ୍ତ ଚଳାଇଛି ।