ମହଙ୍ଗା ପଡିଲା ଆଇପିଏସ୍ ବର୍ଦ୍ଦି: ଫେକ୍ ଫେଟୋକୁ ନେଇ ହରଡଘଣାରେ ଏସଡିପିଓ, ପୋଲିସର ତନାଘନା

312

କନକ ବ୍ୟୁରୋ: ସ୍ୱାମୀଙ୍କୁ ରାତାରାତି ଆଇପିଏସ୍ ବନେଇ ଏବେ ହରଡଘଣାରେ ବିହାର କାହାଲଗାଓଁ ଏସଡିପିଓ ରିଶୁ କ୍ରିଷ୍ଣା । ଅସଲ କଥା ହେଉଛି, କହଲଗାଓଁରେ ଏସଡିପିଓ ଭାବେ ନିଯୁକ୍ତ ରିଶୁ କ୍ରିଷ୍ଣା ତାଙ୍କ ସ୍ୱାମୀଙ୍କୁ ଆଇପିଏସ ୟୁନିଫର୍ମ ପିନ୍ଧାଇ ଫଟୋ ଉଠାଇଥିଲେ । ଖାଲି ଏତିକି ନୁହେଁ ତାଙ୍କ ସ୍ୱାମୀ ପିଏମଓରେ ଆଇପିଏସ୍ ଥିବା ମଧ୍ୟ ପୋଷ୍ଟ କରିଥିଲେ । ଏହା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିହାର ପୋଲିସ ବିଭାଗରେ ହଇଚଇ ସୃଷ୍ଟି ହୋଇଛି ।

ଏ ବାବଦରେ କେହି ପିଏମଓରେ ସିଧାସଳଖ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ)ଙ୍କ ନିର୍ଦ୍ଦେଶ କ୍ରମେ ଏହି ମାମଲାର ତଦନ୍ତ ଦାୟିତ୍ୱ ଏବେ ବିହାର ପୋଲିସ ହେଡକ୍ୱାର୍ଟର ପକ୍ଷରୁ କରାଯାଉଛି । ଫଳରେ ରିଶୁ କ୍ରିଷ୍ଣାଙ୍କ ସମସ୍ୟା ବଢିଯାଇଛି । ରିଶୁଙ୍କ ସ୍ୱାମୀ କିଛି କାମ କରୁନଥିବାବେଳେ ଆଇପିଏସ୍ ପୋଷାକ କିପରି ପିନ୍ଧିଲେ ବୋଲି ପଚାରୁବାରୁ କିଛି କହିବାକୁ ସେ ମନା କରିଦେଇଛନ୍ତି ।