‘ଫାଇଜର’ ର ସିଇଓ ଆଲବର୍ଟ ବୋର୍ଲାଙ୍କ ଆଶ୍ୱସ୍ଥି ବାଣୀ । ଆସନ୍ତାବର୍ଷ ସୁଦ୍ଧା ବଜାରରେ ଉପଲବ୍ଧ ହେବ କୋଭିଡ-୧୯ ବଟିକା

191

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ଦୃତଗତିରେ ବୃଦ୍ଧି ପାଉଥିବା ବେଳେ କୋଭିଡ-୧୯ ଟିକା ପ୍ରସ୍ତୁତକାରୀ କମ୍ପାନୀ ‘ଫାଇଜର’ର ସିଇଓ ଆଲବର୍ଟ ବୋର୍ଲା ଦେଶବାସୀଙ୍କୁ ଏକ ଆଶ୍ୱସ୍ଥି ବାଣୀ ଦେଇଛନ୍ତି । ସେ କହିଛନ୍ତି କି ଆସନ୍ତାବର୍ଷ ସୁଦ୍ଧା କମ୍ପାନୀ ପକ୍ଷରୁ କୋଭିଡ-୧୯ ବଟିକା ବଜାରରେ ଉପଲବ୍ଧ କରାଯିବ । ସେ କହିଛନ୍ତି କି ଦୁଇଟି ଔଷଧ ପାଇଁ କମ୍ପାନୀ କାମ ଚଳାଇଛି । ସେଥିରୁ ଗୋଟିଏ ଖାଇବା ଔଷଧ ଓ ଅନ୍ୟଟି ଇଞ୍ଜେକ୍ସନ ।

ମଙ୍ଗଳବାର ଦିନ ‘ସିଏନ୍‌ବିସି’ ସହ ସାକ୍ଷାତ୍‌କାର ବେଳେ ବୋର୍ଲା କହିଛନ୍ତି, ପ୍ରକୃତରେ ଆମେ ଦୁଇଟି ଔଷଧ ପାଇଁ କାର୍ୟ୍ୟ ଚଳାଇଛୁ। ସେଥିରୁ ଗୋଟିଏ ଇଞ୍ଜେକ୍‌ସନ୍‌ ହୋଇଥିବା ବେଳେ ଅନ୍ୟଟି ଖାଇବା ଔଷଧ। ଏହି ଖାଇବା ଔଷଧ ଉପରେ ହିଁ ଅଧିକ ଧ୍ୟାନ ଦିଆଯାଇ କାର୍ୟ୍ୟ ଚାଲିଛି। ଖାଇବା ଔଷଧର ଅନେକ ସୁବିଧା ରହିଛି। ଇଞ୍ଜେକ୍‌ସନ୍‌ ନେବା ପାଇଁ ଡାକ୍ତରଖାନା ଯିବାକୁ ପଡୁଥିବା ବେଳେ ଖାଇବା ଔଷଧକୁ ଘରେ ରହି ଖାଇହେବ।

ସମ୍ପ୍ରତି କରୋନାଭାଇରସ୍‌ ବିପକ୍ଷରେ ଦିଆଯାଉଥିବା ଏକମାତ୍ର ଭୂତାଣୁ ନିରୋଧୀ ଖାଇବା ଔଷଧ ହେଉଛି ‘ଜିଲ୍‌ଡ୍‌ ସାଇନ୍‌ସ୍‌’ଦ୍ୱାରା ନିର୍ମିତ ‘ରେମ୍‌ଡେସିଭିୟର୍ସ’। ଗତବର୍ଷ ମେ ମାସରେ ଏହାର ଜରୁରୀକାଳନୀ ବ୍ୟବହାର ପାଇଁ ଅନୁମତି ମିଳିବା ପରେ ଅକ୍ଟୋବର ମାସରେ ‘ୟୁଏସ୍‌ ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେସନ୍‌ ପୂର୍ଣ୍ଣ ଅନୁମୋଦନ ଦେଇଥିଲା।