ଆଇସିଏମଆରର ବଡ ପଦକ୍ଷେପ । ଏବେ ଆହୁରି ୬ ଟି କିଟ୍ ମାଧ୍ୟମରେ ହେବ କରୋନା ଟେଷ୍ଟ

171

କନକ ବ୍ୟୁରୋ : ଭାରତରେ କରୋନା ଭୂତାଣୁର ଯାଂଚ ପାଇଁ ଇଣ୍ଡିଆନ କାଉଁସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଆଉ ୬ ଟି କିଟ୍ କୁ ଅନୁମୋଦନ କରିଛି । ଏବେ ଦେଶରେ ଆରଟି-ପିସିଆର ଓ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟିଂ କିଟ୍ ମାଧ୍ୟମରେ ପରୀକ୍ଷା କରାଯାଉଛି । ହେଲେ ଆଇସିଏମଆରର ଅନୁମୋଦନ ପରେ ଏବେ ଆଉ ୬ ଟି ଅନ୍ୟ କିଟ୍ ମାଧ୍ୟମରେ ବି କରୋନା ଭୂତାଣୁର ପରୀକ୍ଷଣ କରାଯାଇପାରିବ   । ଅଲଗା ଅଲଗା ଦେଶରେ କରୋନା ପରୀକ୍ଷଣ ପାଇଁ ବ୍ୟବହାର କରାଯାଉଥିବା କିଟ୍ ବି ଭାରତରେ ବ୍ୟବହାର କରାଯାଇପାରିବ ।

କହିରଖୁ କି ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟେଷ୍ଟିଂ ହାର ବୃଦ୍ଧି କରିବାକୁ ଏଭଳି ପଦକ୍ଷେପ ନିଆଯାଇଛି । ଆଇସିଏମଆରର ଏଭଳି ପଦକ୍ଷେପ ଫଳରେ ୟୁରୋପ, ଜାପାନ, ଦକ୍ଷୀଣ କୋରିଆ, ଅଷ୍ଟ୍ରେଲିଆ, ବ୍ରାଜିଲ ଭଳି ଦେଶର କିଛି ବୈଶୟୀକ ଏଜେନ୍ସି ଓ ବିଶ୍ୱ ସ୍ୱାସ୍ଥ୍ୟସଂଗଠନର ଜରୁରୀକାଳୀନ ବ୍ୟବହାର ତାଲିକାରେ ଥିବା ଟେଷ୍ଟିଂ କିଟ୍ କୁ ବ୍ୟବହାର କରାଯାଇ ପାରିବ । ସେମାନଙ୍କର ଟେଷ୍ଟିଂକିଟ୍ ପାଇଁ ଭାରତର ବୈଧତା ଆବଶ୍ୟକ ପଡିବ ନାହିଁ ।