ରାଜା ବିକ୍ରମଦେବଙ୍କ ମୂର୍ତ୍ତିକୁ ନେଇ ବିବାଦ। ଜୟପୁର କଲେଜ ଗେଟ୍ ସାମ୍ନାରେ ଲାଗିଥିବା ପ୍ରତିମୂର୍ତ୍ତି ରାଜାଙ୍କର ହୋଇନଥିବା ଅଭିଯୋଗ। 

65

କନକ ବ୍ୟୁରୋ: ରାଜାଙ୍କ ପ୍ରତିମୂର୍ତ୍ତିକୁ ନେଇ ତୁଜୁଛି ବିବାଦ । ପ୍ରଥମ ଥର ପାଇଁ ଜୟପୁର ବିକ୍ରମଦେବ କଲେଜ ଗେଟ୍ ସାମ୍ନାରେ ଲଗାଯାଇଥିବା ରାଜାଙ୍କ ପ୍ରତିମୂର୍ତ୍ତିକୁ ନେଇ ବିବାଦ ଦେଖାଦେଇଛି । ପ୍ରତିମୂର୍ତ୍ତିଟି ରାଜାଙ୍କର ନୁହେଁ ଅନ୍ୟ ଜଣଙ୍କର । ଯାହାକୁ ନେଇ ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ବିରୋଧ କରିଛନ୍ତି । ଏହାପରେ ମୂର୍ତ୍ତି ବଦଳାଇବାକୁ ନିଷ୍ପତି ନେଇଛି ପ୍ରଶାସନ । ଏହା ସହ ପ୍ରତିଷ୍ଠା କରାଯାଇଥିବା ମୂର୍ତିକୁ ଏକ ଧଳା କପଡ଼ାରେ ଘୋଡ଼ାଇ ଦିଆଯାଇଛି ।