କଂଗ୍ରେସ ମୁଖିଆ ରେସରୁ ଗେହଲଟ ଆଉଟ୍! ସାମ୍ନାକୁ ଆସିଲା ୪ ନୂଆ ନେତାଙ୍କ ନାମ…

562

କନକ ବ୍ୟୁରୋ: ରାଜସ୍ଥାନରେ ଜାରିରହିଥିବା ଘଟଣାକ୍ରମ ଭିତରେ କଂଗ୍ରେସ ହାଇକମାଣ୍ଡ ବଡ ପଦକ୍ଷେପ ନେଇପାରନ୍ତି । ଏହି ସମ୍ଭାବନା ବଢିବାରେ ଲାଗିଛି । ଖବର ଆସୁଛି ଯେ ଅଶୋକ ଗେହଲଟଙ୍କୁ ଦଳର ଅଧ୍ୟକ୍ଷ ପଦର ନିର୍ବାଚନ ରେସରୁ ବାହାର କରିଦିଆଯାଇପାରେ । ସୋମବାର ଦିଲ୍ଲୀର ୧୦ ଜନପଥରେ ବୈଠକ ପୂର୍ବରୁ ଏହି ବଡ ଖବର ସାମ୍ନାକୁ ଆସୁଛି । କେରଳରୁ ନେଇ ଜୟପୁର ପର୍ଯ୍ୟନ୍ତ କଂଗ୍ରେସର ବରିଷ୍ଠ ନେତା ଗୋଟିଏ ସ୍ୱରରେ ଏହି କଥା କହିଛନ୍ତି ।

କଂଗ୍ରେସର ବରିଷ୍ଠ ନେତା କହିଛନ୍ତି ଯେ, କଂଗ୍ରେସ ଅଧ୍ୟକ୍ଷ ପଦ ରେସରୁ ଗେହଲଟ ବାହାର ହୋଇସାରିଛନ୍ତି । ଅନ୍ୟ ନେତା ମଧ୍ୟ ବାହାର ହେବେ ଯେଉଁମାନେ ସେପ୍ଟେମ୍ବର ୩୦ ପୂର୍ବରୁ ନାମାଙ୍କନ ଦାଖଲ କରିବେ । ବର୍ତ୍ତମାନ ମୁକୁଲ ୱାସନିକ, ମଲ୍ଲିକାର୍ଜନ ଖଡଗେ, ଦିଗବିଜୟ ସିଂହ, କେସି ବେଣୁଗୋପାଲ ଅଧ୍ୟକ୍ଷ ପଦ ରେସରେ ଆଗରେ ରହିଛନ୍ତି । ସିଡବ୍ଲୁସି ସଦସ୍ୟ ଏବଂ ଦଳର ନେତା ଏହା ମଧ୍ୟ କହିଛନ୍ତି ଯେ ଗେହଲଟ ଯେଉଁଭଳି ବ୍ୟବହାର କରିଛନ୍ତି ଦଳର ନେତାମାନଙ୍କ ସହ ତାହା ଠିକ୍ ନୁହେଁ । ଏହା କରିବା ଦ୍ୱାରା ବରିଷ୍ଠ ନେତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।