କଣ୍ଠଶିଳ୍ପୀ ହ୍ୟୁମାନଙ୍କୁ ନେଇ ବିବାଦ: ହ୍ୟୁମାନ ଓ ଜାପାନୀଙ୍କ ମଧ୍ୟରେ କଥା କଟାକଟି

156

କନକ ବ୍ୟୁରୋ: ଓଲିଉଡର ହିଟ୍ ସିଙ୍ଗର ହ୍ୟୁମାନ ସାଗରଙ୍କୁ ନେଇ ବଡ ବିବାଦ ସୃଷ୍ଟି ହୋଇଛି । ସବୁ ପ୍ରକାରର ଗୀତ ଗାଇପାରୁଥିବା ଏହି କଣ୍ଠଶିଳ୍ପୀଙ୍କ ବିରୋଧରେ ଜଗନ୍ନାଥଙ୍କ ଭଜନ ନ ଗାଇବାର ଅଭିଯୋଗ ହୋଇଛି । ଶ୍ରୀଜଗନ୍ନାଥଙ୍କ ଭଜନ ଗାଇବାକୁ ମନା କରିବା ଓ ଧମକ ଦେବା ଅଭିଯୋଗରେ ତାଙ୍କ ନାଁରେ ଖାରବେଳ ନଗର ଥାନାରେ ମାମଲା ରୁଜୁ ହୋଇଛି । ସଂଗୀତ ନିର୍ଦ୍ଦେଶକ ଦେବାଶିଷ ମଲ୍ଲିକ ଓରଫ ଜାପାନୀ ତାଙ୍କୁ ଜଗନ୍ନାଥ ଭଜନ ଗାଇବାକୁ ବାରମ୍ବାର ଚାପ ପକାଇବାରୁ ତାଙ୍କୁ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ କରିଛନ୍ତିି ଜାପାନୀ ।

ସେପଟେ ବିବାଦ ପରେ ପ୍ରତିକ୍ରିୟା ରଖିଛନ୍ତି ଲୋକପ୍ରିୟ ଓଡ଼ିଆ ଗାୟକ ହ୍ୟୁମାନ ସାଗର । କହିଛନ୍ତି ଜଗନ୍ନାଥଙ୍କ ଡୋରି ଲାଗିଲେ ସେ ଭଜନ ଗାଇବେ । ସେ ସବୁ ଧର୍ମକୁ ସମାନ ଆଖିରେ ଦେଖନ୍ତି ବୋଲି କହିଛନ୍ତି । ହ୍ୟୁମାନ ସାଗରଙ୍କ ସହଯୋଗୀ ଏମଡି ଆବିଦ କହିଛନ୍ତି ।ଅଭିଯୋଗ ସମ୍ପୂର୍ଣ୍ଣ ମିଛ । ଜଣେ ଲୋକପ୍ରିୟ କଣ୍ଠଶିଳ୍ପୀର ଲୋକପ୍ରିୟତା ହ୍ରାସ କରିବାକୁ ଅପଚେଷ୍ଟା କରାଯାଉଛି । ହ୍ୟୁମାନ ଜଗନ୍ନାଥ ଜଣାଣ ଗାଇଛନ୍ତି, ଆସନ୍ତା ରଥଯାତ୍ରାରେ ଏହା ରିଲିଜ ହେବାକୁ ଯାଉଛି । ଏପରି ଆରୋପ ପ୍ରତ୍ୟାରୋପ ପରେ ହ୍ୟୁମାନଙ୍କ ସମର୍ଥନରେ ବାହାରିଛନ୍ତି ତାଙ୍କର ଅନେକ ଫ୍ୟାନ ।