କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ସମନ୍ । ବଜରଙ୍ଗ ଦଳ ବିରୋଧରେ ବୟାନ ଦେଇ ଫସିଲେ ।

385

କନକ ବ୍ୟୁରୋ: ବଜରଙ୍ଗ ଦଳ ବିରୋଧରେ ବୟାନ ଦେଇ ଫସିଲେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ବଜରଙ୍ଗ ଦଳକୁ ପିଏଫଆଇ ସହ ତୁଳନା କରିବା ମାମଲାରେ ଖଡଗେଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ମାନହାନୀ ମୋକଦ୍ଦମା ହୋଇଥିଲା । ଆଉ ଏହି ମାମଲାରେ ପଞ୍ଜାବର ସଙ୍ଗରୁର ଜିଲ୍ଲା କୋର୍ଟ ଖଡଗେଙ୍କୁ ସମନ ଜାରି କରିଛନ୍ତି ।

ତାଙ୍କ ବିରୋଧରେ ‘ବଜରଙ୍ଗ ଦଳ ହିନ୍ଦୁସ୍ତାନ’ର ସଭାପତି ଦିତେଶ ଭରଦ୍ୱାଜ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଭିତିରେ କୋର୍ଟ ଖଡଗେଙ୍କୁ ସମନ କରିଛନ୍ତି । ନିକଟରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ତା’ର ଇସ୍ତାହାରରେ ବଜରଙ୍ଗ ଦଳକୁ ପିଏଫଆଇ ଦଳ ତୁଳନା କରିଥିଲା । ବଜରଙ୍ଗ ଦଳର ନାଁ ନେଇ କଂଗ୍ରେସ ତା’ର ଇସ୍ତାହାରରେ ଉକ୍ତ ସଂଗଠନ ଉପରେ ବ୍ୟାନ୍ ଲଗାଇବାକୁ ଘୋଷଣା କରିଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ଓ ଅନ୍ୟାନ୍ୟ ବିଜେପି ନେତା ଏହାକୁ ତୀବ୍ର ସମାଲୋଚନା କରିଥିଲେ । ଯାହା ପରେ ସ୍ପଷ୍ଟୀକରଣ ରଖିଥିଲା କଂଗ୍ରେସ । କଂଗ୍ରେସ କହିଥିଲା ଯେ ବଜରଙ୍ଗ ଦଳକୁ ବ୍ୟାନ୍ କରିବାର କୌଣସି ଯୋଜନା ନାହିଁ । କାରଣ ଏ ପ୍ରକାରର ଦଳକୁ ବ୍ୟାନ୍ କରିବାର ଅଧିକାର କେବଳ କେନ୍ଦ୍ର ସରକାରଙ୍କ ରହିଛି ।