ଗୁରୁତ୍ୱପୂର୍ଣ୍ଣ ରାୟ ଦେଲେ ମୁମ୍ବାଇର ସେସନ୍ସ କୋର୍ଟ । କହିଲେ, ଶିଶୁର ଶାରୀରିକ ଓ ମାନସିକ ବିକାଶ ପାଇଁ ମା’ କ୍ଷୀର ଜରୁରୀ

ଶିଶୁକୁ ନିଜ ପାଖରେ ରଖିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସ୍ୱାମୀ

430

କନକ ବ୍ୟୁରୋ: କାହା ପାଖରେ ରହିବ ଶିଶୁ? ଶିଶୁଟିର ବୟସ କମ ହୋଇଥିବାରୁ ନିଜେ ପାଖରେ ରଖିବାକୁ ଚାହୁଁଥିଲେ ମାଆ । ନିଜ ପିଲାକୁ ନିଜ ପାଖରେ ରଖିବାକୁ ଦାବି କରୁଥିଲେ ବାପା । ମାମଲା ଯେତେବେଳେ କୋର୍ଟରେ ପହଞ୍ଚିଥିଲା, କୋର୍ଟ କହିଲେ, ଶିଶୁଟି ତାଙ୍କ ମା’ ପାଖରେ ରହିବ । କୋର୍ଟ କହିଥିଲେ, ଶିଶୁର ଶାରୀରିକ ଓ ମାନସିକ ବିକାଶ ପାଇଁ ମା’ କ୍ଷୀର ଜରୁରୀ । ଏଥିପାଇଁ ଅତିକମରେ ୧୮ମାସ ପର୍ଯ୍ୟନ୍ତ ଶିଶୁଟି ମା’ ପାଖରେ ରହିବ । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ମୁମ୍ବାଇର ସେସନ୍ସ କୋର୍ଟ ।

କାହାଣୀଟି ଥିଲା ଠିକ୍ ଏମିତି । ସ୍ୱାମୀ ବିରୋଧରେ ଘରୋଇ ହିଂସାର ଅଭିଯୋଗ ଆଣିଥିଲେ ସ୍ତ୍ରୀ । ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଝଗଡ଼ା କାରଣରୁ ସ୍ୱାମୀ ଜଣକ ସ୍ତ୍ରୀକୁ ଘରୁ ବାହାର କରିଦେଇଥିଲେ । ଘରୋଇ ହିଂସା ଅଭିଯୋଗ ଆଣିଥିଲେ ସ୍ତ୍ରୀ । ସ୍ତ୍ରୀ ଜଣକ ଘରୋଇ ହିଂସା ଅଭିଯୋଗ ଆଣିବା ପରେ ଶିଶୁକୁ ନିଜ ପାଖରେ ରଖିବା ପାଇଁ ଦାବି କରିଥିଲେ । ସେସନ୍ସ କୋର୍ଟ ମଧ୍ୟ ସ୍ତ୍ରୀଙ୍କ ସପକ୍ଷରେ ରାୟ ଶୁଣାଇଥିଲେ । କିନ୍ତୁ ଅସନ୍ତୁଷ୍ଟ ବାପା ସେସନ୍ସ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ସ୍ୱାମୀଙ୍କ ଅଭିଯୋଗ ଅନୁସାରେ, ତାଙ୍କ ପତ୍ନୀଙ୍କର ଆର୍ଥିକ ଅବସ୍ଥା ଭଲ ନାହିଁ ଓ ଚାକିରି ମଧ୍ୟ ନାହିଁ । ତେଣୁ ଏଭଳି ସ୍ଥିତିରେ ଶିଶକୁ ତା’ ବାପାଙ୍କ ପାଖରେ ଛଡ଼ାଯାଉ ବୋଲି ବ୍ୟକ୍ତି ଜଣକ କୋର୍ଟଙ୍କୁ କହିଥିଲେ । କିନ୍ତୁ କୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ, ଶିଶୁର ବିକାଶ ପାଇଁ ମା’ କ୍ଷୀର ଶିଶୁ ପାଇଁ ନିହାତି ଆବଶ୍ୟକ । ତେଣୁ ୧୮ମାସ ପର୍ଯ୍ୟନ୍ତ ଶିଶୁଟି ତା’ ମା’ ପାଖରେ ରହିବ ବୋଲି କୋର୍ଟ କହିଛନ୍ତି ।