ଆଜି ୪ ଟି ବିଭାଗର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

36

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ନବୀନ ସରକାରର ଚତୁର୍ଥ ବର୍ଷର ଦ୍ୱିତୀୟ ପାଳିରେ ଚାଲିଛି ବିଭିନ୍ନ ବିଭାଗର ସମୀକ୍ଷା । ନିର୍ବାଚନୀ ଇସ୍ତାହାର ଆଧାରରେ କେଉଁ ବିଭାଗର ଲକ୍ଷ୍ୟ କଣ ଥିଲା । ଆଉ ବିଭାଗ ଗୁଡିକ କେତେ କାମ କରିଛନ୍ତି , ଆଉ କେତେ ବାକି ସେ ସବୁର ଚାଲିଛି ସମୀକ୍ଷା । ଗୋଟି ଗୋଟି କରି ସବୁ ବିଭାଗର ସମୀକ୍ଷା କରୁଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ । ଆଜି ଏହିକ୍ରମରେ ୪ ଟି ବିଭାଗ ସମୀକ୍ଷା କରାଯିବ । ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ, ସେହ୍ନାଙ୍ଗୀନ ଝୁରିଆଙ୍କ ହସ୍ତତନ୍ତ ଓ ବୟନ ଶିଳ୍ପୀ ବିଭାଗାର ସମୀକ୍ଷା କରିବେ । ଏହାସହ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଅନୂସୁଚିତ ଜାତି ଓ ଜନଜାତିର ମଧ୍ୟ ସମୀକ୍ଷା କରିବେ ନବୀନ । ମନ୍ତ୍ରୀ ଲାଲବିହାରୀ ହିମିରାକାଙ୍କର ଏହି ବିଭାଗକୁ ନେଇ ବିଧାନସଭାର ବଜେଟ ଅଧିବେଶନରେ ଝଡ ଉଠିଥିଲା । ଓଆଭି ଆକ୍ଟରେ ୩୮ ପ୍ରତିଶତ ସଂରକ୍ଷଣ ଦାବି କରି ବିଧାନସଭା ବାହାରେ ଓ ଭିତରେ ଧାରଣାରେ ବସିଥିଲେ ଏସସିଏସଟି ବିଧାୟକ । ଯାହାକୁ ନେଇ ବିଧାନସଭାରେ ତୁମ୍ବିତୋଫାନ ହେବା ସହ ଗୃହକୁ ବାରମ୍ବାର ମୁଲତବୀ କରାଯାଇଥିଲା । ଆଜିର ବୈଠକରେ ଏନେଇ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି ।