ଜି-୨୦ ସମ୍ମିଳନୀରେ ଏକାଠି ହେଲେ ଚୀନ-ଆମେରିକା। ବିଶ୍ୱର ସମସ୍ୟାର ସମାଧାନ ପାଇଁ ଏକାଠି ହେବାକୁ କହିଲେ ଦୁଇ ନେତା।

78

କନକ ବ୍ୟୁରୋ: ଇଣ୍ଡୋନେସିଆ ବାଲିରେ ଆରମ୍ଭ ହୋଇଥିବା ଜି-୨୦ ଶିଖର ସମ୍ମିଳନୀରେ ସୋମବାର ଦୁଇ ପ୍ରତିଦ୍ୱନ୍ଦ୍ୱୀ ଚୀନ ଏବଂ ଆମେରିକାର ରାଷ୍ଟ୍ରପତି ପରସ୍ପର ସହ ହାତ ମିଳାଇଛନ୍ତିି । ଚୀନ ରାଷ୍ଟ୍ରପତି ଜିନପିଙ୍ଗ୍ କହିଛନ୍ତି, ସାରା ବିଶ୍ୱ ଚୀନ ଏବଂ ଆମେରିକା ସମ୍ପର୍କ ଉପରେ ଆଶା ରଖିଛନ୍ତି । ଚୀନ ଏବଂ ଆମେରିକା ସମ୍ପର୍କକୁ ପୁଣି ଥରେ ମଜଭୁତ କରିବାକୁ ସେ ଆଗ୍ରହୀ ଥିବା କହିଛନ୍ତି । ବାଇଡେନ କହିଛନ୍ତି, ଆମେ ଉପ-ସଭାପତି ଥିବା ସମୟରେ ଉଭୟଙ୍କ ମଧ୍ୟରେ ଦେଖାହୋଇଛି । ସବୁ ସମସ୍ୟା ସମାଧାନ ପାଇଁ ବ୍ୟକ୍ତିଗତ ଏବଂ ସରକାରୀ ସ୍ତରରେ ସେ ଆଗହୀ ଅଛନ୍ତି ।

ଦୁଇ ଦେଶର ନେତା ହିସାବରେ ଆମର ଦାୟିତ୍ୱ ହେଉଛି ବିବାଦ ଛାଡି ବିଶ୍ୱର ସମସ୍ୟା ସମଧାନ ଉପରେ ଆଲୋଚନା କରିବା ବୋଲି ବାଇଡେନ କହିଛନ୍ତି । ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆରେ ପହଞ୍ଚିଛନ୍ତି । ବିଶ୍ୱର ବିକାଶ, ଖାଦ୍ୟ, ଶକ୍ତି ସୁରକ୍ଷା, ଜଳବାୟୁ, ସ୍ୱାସ୍ଥ୍ୟ ଏବଂ ଡିଜିଟାଲ ପରିବର୍ତନ କ୍ଷେତ୍ରରେ ଥିବା ସମସ୍ୟ ଉପରେ ଜି-୨୦ ନେତାଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ଋଷ-ୟୁକ୍ରେନ ଯୁଦ୍ଧର ସମାଧାନ ଦିଗରେ ବିଶ୍ୱର ନେତାମାନଙ୍କ ସହ ମୋଦୀ ଆଲୋଚନା କରିବେ ବୋଲି କହିଛନ୍ତି ।

୨୦୨୩ରେ ଭାରତରେ ଜି-୨୦ ସମ୍ମିଳନୀ ହେବାର ଥିବାରୁ ଭାରତ ଏହାର ସଭାପତିତ୍ୱ କରିବ । ଭାରତରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ କ’ଣ ବିଷୟ ବସ୍ତୁ ରହିବ ତାହା ଉପରେ ମୋଦୀ ଅନ୍ୟ ଦେଶର ମୁଖ୍ୟମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ବ୍ୟକ୍ତିିଗତ ଭାବେ ନିମନ୍ତ୍ରଣ କରିବେ ।