ଆନ୍ଧ୍ରପ୍ରଦେଶ ସରକାରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ୍ । କେସିଆର ସରକାରକୁ କହିଲେ ଦୁର୍ନୀତିଗ୍ରସ୍ତ

169

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶ ସରକାରଙ୍କୁ ସିଧାସଳଖ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେସିଆର ସରକାରଙ୍କୁ ଦୁର୍ନିତୀଗ୍ରସ୍ତ ସରକାର ବୋଲି କହିଛନ୍ତି ମୋଦି । ଦୁଇ ଦିନିଆ ଆନ୍ଧ୍ରପ୍ରଦେଶଗସ୍ତର ୨ୟ ଦିନରେ ପ୍ରଧାନମନ୍ତ୍ରୀ ତେଲେଙ୍ଗାନା ଆୟୋଜିତ ଜନସଭାରେ କେସିଆରଙ୍କୁ ମଂଚରୁ ସିଧାସଳଖ ଟାର୍ଗେଟ କରିଛନ୍ତି । ଟିଆରଏସ ସରକାର ଏକ ବଂଶବାଦର ସରକାର । ପରୋକ୍ଷଭାବେ ଟାର୍ଗେଟ କରି ମୋଦି କହିଛନ୍ତି କି ହତାଶ ଓ ନିରାଶ ନେତାମାନେ ତାଙ୍କୁ ଦିନରାତି ଗାଳିଗୁଲଜ କରୁଛନ୍ତି । ଏସବୁ ଘଟଣାକୁ ସେ ପୋଷଣତତ୍ୱଭାବେ ଗ୍ରହଣ କରୁଛନ୍ତି ଓ ଆଗକୁ ବଢିବାକୁ ସାହସ ଦେଉଛି । ମୁଖ୍ୟମନ୍ତ୍ରୀ କେସିଆର ଜଣେ ଏମିତି ନେତା ଯିଏ ଶିକ୍ଷିତ ସମାଜରେ ମଧ୍ୟ ଅନ୍ଧବିଶ୍ୱାସକୁ ନେଇ ବଡ ବଡ ନିଷ୍ପତି ନିଅନ୍ତି । ରାଜ୍ୟ, ରାଜ୍ୟବାସୀଙ୍କ ପ୍ରତିଭାକୁ ପଛରେ ପକାଇ କେସିଆର ସରକାର ସବୁ ନିଷ୍ପତି ନିଅନ୍ତି ତେଣୁ ରାଜ୍ୟ ଅନ୍ୟରାଜ୍ୟ ତୁଳନାରେ ବେଶ ପଛରେ ପଡିଛି । ଏଥିସହ ବିରୋଧୀ ଏକତା ଉପରେ ପ୍ରଶ୍ନ ଉଠାଇଛନ୍ତି ମୋଦି ।ସେ କହିଛନ୍ତି କି ଦୁର୍ନିତୀଖୋର ଦଳଗୁଡିବ ବିନା କାରଣରେ ତଦନ୍ତକାରୀ ସଂସ୍ଥା ଉପରେ ପ୍ରଶ୍ନ ଉଠାଉଛନ୍ତି ଓ ତଦନ୍ତକୁ ନେଇ ଭୟଭୀତ ହୋଇପଡିଛନ୍ତି ।