ସିବିଏସଇ ପରୀକ୍ଷାଫଳ ତ୍ରୁଟି ନେଇ ତେଜିଲା ବିବାଦ ! କାର୍ଯ୍ୟାଳୟ ସମୁଖରେ ଆମରଣ ଅନଶନରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ

32

କନକ ବ୍ୟୁରୋ: ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ ତ୍ରୁଟିପୂର୍ଣ୍ଣ ଅଭିଯୋଗ କରି ମୁହାଁମୁହିଁ ହୋଇଛନ୍ତି ସିବିଏସଇ କର୍ତ୍ତୃପକ୍ଷ ଏବଂ ଛାତ୍ର ଓ ଅଭିଭାବକ । ସମସ୍ୟାର ଶୀଘ୍ର ସମାଧାନ ଦାବିରେ ଭୁବନେଶ୍ୱର ସିବିଏସଇ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଆମରଣ ଅନଶନ କରିଛନ୍ତି ।

ସେପଟେ ରାଜ୍ୟପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛି କଂଗ୍ରେସ । ରାଜ୍ୟପାଳଙ୍କୁ ଭେଟି କଂଗ୍ରେସ ପ୍ରତିନିଧି ଦଳ ଦାବିପତ୍ର ପ୍ରଦାନ କରିଛି । ନ୍ୟାୟ ଦାବିରେ ଗତକାଲି ଜଣେ ଛାତ୍ର ଆତ୍ମାହୂତି ଉଦ୍ୟମ କରିଥିଲେ । ନିଜ ଦେହରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ ବିଜେଇଏମ ସ୍କୁଲ ଛାତ୍ର ମୃତ୍ୟୁଂଜୟ ପାଢୀ । ପରୀକ୍ଷାଖାତା ମୂଲ୍ୟାୟନରେ ତ୍ରୁଟି ହୋଇଥିବା ଅଭିଯୋଗ କରି ସେ ଆତ୍ମାହୁତି ଉଦ୍ୟମ କରିଥିଲେ ।

ଆତ୍ମାହୁତି ଉଦ୍ୟମବେଳେ ଛାତ୍ରଙ୍କୁ କାବୁ କରିଥିଲା ପୋଲିସ । ସିବିଏସଇ ଭୁବନେଶ୍ୱର ଜୋନ୍ ଅଧିକାରୀଙ୍କ ବେପରୁଆ ମନ୍ତବ୍ୟ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଆହୁରି ବିଚଳିତ କରିଦେଇଛି । ତେବେ ଗତକାଲି ଧାରଣାରେ ବସିଥିବା ଅଭିଭାବକ ଓ କିଛି ଛାତ୍ରଛାତ୍ରୀଙ୍କୁ ଉଠାଇ ନେଇଥିଲା ପୋଲିସ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –