ଝିଅ ଜନ୍ମ ହେବା ନେଇ ପରିବାର ଖୁସି ହେଉଥିଲା । ହେଲେ ଆତ୍ମହତ୍ୟା କରିଦେଲେ ଜେଜେଙ୍କ ସହ ବାପା ଓ ଦାଦା

422

କନକ ବ୍ୟୁରୋ: ଘରେ ଝିଅ ଜନ୍ମ ହେବାକୁ ନେଇ ସମସ୍ତେ ଖୁସି ଥିଲେ । ହେଲେ ଚାହୁଁ ଚାହୁଁ ମାଡିଆସିଲା ଦୁଃଖର କଳାବାଦଲ । ଘର ଭିତରେ ରସି ଲଗାଇ ଝୁଲିପଡିଲେ ଜେଜେଙ୍କ ସହ ଝିଅର ବାପା ଓ ଦାଦା । ଏଭଳି ଅଭାବନୀୟ ଘଟଣା ଘଟିଛି ନାସିକ ସତପୁର ରାଧାକୃଷ୍ଣନଗରରେ ।

ସୂଚନା ମୁତାବକ, ଏଠିକାର ବାସିନ୍ଦା ଦରପକ ଶିରୋଡେ ଫଳ ବ୍ୟବସାୟ କରୁଥିଲେ । ତାଙ୍କର ଦୁଇ ପୁଅ ମଧ୍ୟ ବ୍ୟବସାୟ କରୁଥିଲେ । ହେଲେ କରୋନା ପରଠାରୁ ସେମାନଙ୍କ ବ୍ୟବସାୟରେ କ୍ଷତି ହେବାକୁ ଲାଗିଲା । ଫଳରେ କରଜଧାର କରିଥିଲେ ଦୀପକ ଶିରୋଡେ । ତେଣୁ ଚରମ ପଦକ୍ଷେପ ନେଲେ । ଆଉ ବାପାଙ୍କ ସହ ଦୁଇ ପୁଅ ବି ଆତ୍ମହତ୍ୟା କଲେ । ୩ ଜଣଙ୍କ ମର ଶରୀର ଅଲଗା ଅଲଗା ରୁମରେ ଝୁଲୁଥିବା ଅବସ୍ଥାରେ ମିଳିଲା ।

ଗୋଟେପଟେ ବଡ ପୁଅର ଝିଅ ଜନ୍ମ ହେବାକୁ ନେଇ ସମସ୍ତେ ଖୁସି ହେଉଥିବାବେଳେ ଏପଟେ ଚାଲିଗଲା ଜେଜେ, ବାପା ଓ ଦାଦାଙ୍କ ଜୀବନ । ଏହି ଘଟଣାକୁ ନେଇ ସ୍ଥାନୀୟ ଇଲାକାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।