ନବ ଦାସଙ୍କୁ ଗାର୍ଡ ଅଫ୍ ଅନର : କର୍ମମାଟିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଅନ୍ତିମ ସଂସ୍କାର; ଉପସ୍ଥିତ ରହିବେ ତିନି ମନ୍ତ୍ରୀ

435

କନକ ବ୍ୟୁରୋ : ନବ ଦାସଙ୍କୁ ଗାର୍ଡ ଅଫ୍ ଅନର । ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ଗାର୍ଡ ଅଫ୍ ଅନର ଦିଆଯାଇଛି । କିଛି ସମୟ ପରେ ନବ ଦାସଙ୍କ ପାର୍ଥିବ ଶରୀରକୁ ବିଜେଡି ଅଫିସ ନିଆଯିବ । ଶ୍ରଦ୍ଧାଞ୍ଜଳି ପରେ ଭୁବନେଶ୍ୱର ବିମାନବନ୍ଦର ନିଆଯାଇ ସେଠାରୁ ସ୍ୱତନ୍ତ୍ର ହେଲିକପଟରରେ ଝାରୁସୁଗୁଡା ନିଆଯିବ । ଏହାପରେ ନିଜ କର୍ମମାଟିରେ ତାଙ୍କର ଶେଷକୃତ୍ୟ ହେବ । ନବ ଦାସଙ୍କ ମୃତ୍ୟୁ ପରେ ୩ ଦିନିଆ ଶୋକ ପାଳନ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । କର୍ମମାଟିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଅନ୍ତିମ ସଂସ୍କାର । ଶେଷକୃତ୍ୟ ସମ୍ପନ୍ନ ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ତିନି ଜଣ ମନ୍ତ୍ରୀ ଉପସ୍ଥିତ ରହିବେ । ସେମାନେ ହେଲେ ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ଟୁକୁନି ସାହୁ ।

ଗତକାଲି ବ୍ରଜରାଜନଗରର ଗାନ୍ଧୀ ଛକ ନିକଟରେ ତାଙ୍କୁ ସ୍ୱାଗତ କରିବା ପାଇଁ ବିଜେଡି କର୍ମୀମାନେ ଭିଡ଼ ଜମାଇଥିଲେ । ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପାଇଁ ତାଙ୍କ ସମର୍ଥକ ଫୁଲମାଳ ପିନ୍ଧାଇବା ବେଳେ ହଠାତ୍ ଶୁଭିଥିଲା ଗୁଳିର ଶବ୍ଦ । କେହି କିଛି ବୁଝିବା ପୂର୍ବରୁ ଛାତିରେ ହାତ ଦେଇ ପଛକୁ ଝୁଙ୍କି ପଡ଼ିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ । ସବୁଠାରୁ ବଡ କଥା ହେଲା ଗୁଳି ମାରିଥିଲେ ଫାଣ୍ଡିରେ କାର୍ଯ୍ୟରତ ପୁଲିସ ଏଏସ୍ଆଇ ଗୋପାଳ ଦାସ । ପୁଲିସ ପୋଷାକ ପିନ୍ଧିଥିଲେ, ମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ସର୍ଭିସ ରିଭଲଭର ଆଣିଥିଲେ । ଯେଉଁ ରିଭଲଭରରେ ସେ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇଥାନ୍ତେ, ସେହି ରିଭରଭରରେ ମନ୍ତ୍ରୀଙ୍କ ଜୀବନ ନେବା ପାଇଁ ଚଳାଇଥିଲେ ଗୁଳି ।