ଅଣ୍ଡର ୧୯ ମହିଳା ଟି-୨୦ ବିଶ୍ୱକପ : କମାଲ କଲେ ମହିଳା ଟିମ୍; ଫାଇନାଲରେ ଇଂଲଣ୍ଡକୁ ୭ ୱିକେଟରେ ହରାଇ ବିଶ୍ୱକପ ଜିତିଲା ଭାରତ
କନକ ବ୍ୟୁରୋ : ଅଣ୍ଡର ୧୯ ମହିଳା ଟି-୨୦ ବିଶ୍ୱକପ । କମାଲ କଲେ ମହିଳା ଟିମ୍ । ଏହି ବିଶ୍ବକପ୍ର ରବିବାର ଫାଇନାଲ୍ରେ ଶେଫାଳି ବର୍ମାଙ୍କ ଭାରତ ୭ ୱିକେଟ୍ରେ ଇଂଲଣ୍ଡକୁ ପରାସ୍ତ କରି ଟ୍ରଫି ହାସଲ କରିଛି । ୪ ଓଭରରେ ମାତ୍ର ୬ ରନ୍ ଦେଇ ୨ଟି ଗୁରୁତ୍ବପୂର୍ଣ୍ଣ ୱିକେଟ୍ ଦଖଲ କରିଥିବା ତିତାସ ସାଧୁ ଫାଇନାଲ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲା ବେଳେ ଅଲ୍ରାଉଣ୍ଡ୍ ପ୍ରଦର୍ଶନ ପାଇଁ ଇଂଲଣ୍ଡର ଗ୍ରେସ୍ ସ୍ରାଇଭେନ୍ସ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ । ଫାଇନାଲ୍ରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ପାଇଁ ଇଂଲଣ୍ଡକୁ ଆମନ୍ତ୍ରଣ କରିଥିଲା ।
ବୋଲରମାନେ ମଧ୍ୟ ଦମ୍ଦାର ବୋଲିଂ କରି ଅଧିନାୟିକାଙ୍କ ନିଷ୍ପତ୍ତିକୁ ଯଥାର୍ଥ ସାବ୍ୟସ୍ତ କରିଥିଲେ। ବିଶେଷକରି ତିତାସ ସାଧୁ , ପାର୍ଶ୍ବବୀ ଚୋପ୍ରା, ଅର୍ଚ୍ଚନା ଦେବୀ ମାରାତ୍ମକ ବୋଲିଂ କରି ୬ ୱିକେଟ୍ ବାଣ୍ଟି ନେଇଥିଲା ବେଳେ ସୋନମ ୟାଦବ , ମନ୍ନତ କାଶ୍ୟପ ଓ ଶେଫାଳି ବର୍ମା ଅବଶିଷ୍ଟ ୩ ୱିକେଟ୍ ଦଖଲ କରିନେଇଥିଲେ । ଏକମାତ୍ର ଜୋସି ଗ୍ରୋଭ୍ସ ୪ ରନ୍ ଆଉଟ୍ ହୋଇଥିଲା ବେଳେ ପୂରା ଇଂଲଣ୍ଡ ଦଳ ୧୭.୧ ଓଭରରେ ୬୮ ରନ୍ କରିପାରିଥିଲା । ରୢାନା ମ୍ୟାକ୍ଡୋନାଲ୍ଡ ଗେ ଦଳ ପକ୍ଷରୁ ସର୍ବାଧିକ ୧୯ ରନ୍ କରିଥିଲା ବେଳେ ଆଲେକ୍ସା ଷ୍ଟୋନ୍ହାଉସ୍ ୧୧, ସୋଫିଆ ସ୍ମେଲ୍ ୧୧ ଓ ନିଆମ୍ ହୋଲାଣ୍ଡ୍ ୧୦ ଦୁଇ ଅଙ୍କ ଛୁଇଁଥିଲେ ।