ବୁଦ୍ଧିଆ ଫେରିବାପରେ ଜୋରଧରିଲା ବିବାଦ : ସ୍ପୋର୍ଟସ ହଷ୍ଟେଲକୁ ଜେଲ କହିଲା ବିସ୍ମୟ ବାଳକ

30

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କନକ ନ୍ୟୁଜ୍ ଷ୍ଟୁଡିଓରେ ବୁଦ୍ଧିଆ ସିଂ ରଖିଛନ୍ତି ତାଙ୍କ ପ୍ରତିକ୍ରିୟା । ସ୍ପୋର୍ଟସ ହଷ୍ଟେଲ ଫେରିବେ ନାହିଁ ବୁଦ୍ଧିଆ,ଏଭଳି ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି ବିସ୍ମୟ ବାଳକ ବୁଦ୍ଧିଆ ସିଂ । ପ୍ରାୟ ଏକ ମାସର ଚର୍ଚ୍ଚା ପରେ ମୁମ୍ବାଇରୁ ଫେରି ଆସିିଛନ୍ତି ବୁଦ୍ଧିଆ । ତାଙ୍କୁ ଅପହରଣ କରାଯାଇ ନ ଥିଲା, ଫିଲ୍ମ “ବର୍ଣ୍ଣ ଟୁ ରନ’ର ପ୍ରମୋସନ ପାଇଁ ସେ ମୁମ୍ବାଇ ଯାଇଥିଲେ ବୋଲି କହିଛନ୍ତି । ପୂର୍ବରୁ ବୁଦ୍ଧିଆ ନିଖୋଜ ଏବଂ ତାଙ୍କୁ ଅପହରଣ କରାଯାଇଥିବା ନେଇ ଚର୍ଚ୍ଚା ହେଉଥିଲା । ବିଭିନ୍ନ ଭାବରେ ଏହି ପ୍ରସଙ୍ଗକୁ ଆଲୋଚନା କରାଯାଉଥିଲା, ଏବେ ତାହାର ଅନ୍ତ ଘଟିଛି । ତେବେ ସ୍ପୋର୍ଟସ ହଷ୍ଟେଲକୁ ନେଇ ବୁଦ୍ଧିଆ ସିଂଙ୍କ ବୟାନ ଆଉ ଏକ ବିତର୍କର ସୂତ୍ରପାତ କରିଛି । କାରଣ ସ୍ପୋର୍ଟସ ହଷ୍ଟେଲକୁ ଜେଲ ବୋଲି କହିଛନ୍ତି ବୁଦ୍ଧିଆ । ସେଠାରେ ତାଙ୍କୁ ବାହାରକୁ ଛଡାଯାଉନଥିଲା କିମ୍ବା ପରିବାର ସହ ମିଶିବାକୁ ଦିଆଯାଉନଥିଲା । ଖାଇବା ପିଇବାରେ ଅବହେଳା ସହ ଠିକରେ କୋଚିଂ ଦିଆଯାଉନଥିଲା ବୋଲି ଅଭିଯୋଗ କରିଛନ୍ତି ବୁଦ୍ଧିଆ ।