ବାଲେଶ୍ୱରରେ ପୁଣି ସକ୍ରିୟ ଧଳାଜହର କାରବାର: ୮୦ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ, ୩ ବେପାରୀ ଅଟକ

53

କନକ ବ୍ୟୁରୋ: ବାଲେଶ୍ୱରରୁ ପୁଣି ବ୍ରାଉନସୁଗାର ଜବତ । ୮୦ ଲକ୍ଷ ଟଙ୍କାର ଧଳାଜହର ଜବତ କରାଯାଇଛି । କଟକ କେନ୍ଦ୍ରାଂଚଳ ଅବକାରୀ ଓ ସ୍ଥାନୀୟ ଅଧିକାରୀ ମିଳିତ ଭାବେ ଚଢାଉ କରି ୭୯୩ ଗ୍ରାମର ବ୍ରାଉନସୁଗାର ଜବତ କରିଛନ୍ତି । ଜଳେଶ୍ୱର ଥାନା ଅନ୍ତର୍ଗତ ଶାସନବାର୍ଡ, ବସ୍ତା ଥାନା ଅନ୍ତର୍ଗତ କାଦରାୟାଂ ଏବଂ ପାଉଁଶକୋଲି ଅଂଚଳରେ ଏହି ଚଢାଉ ହୋଇଛି । ତେବେ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।