ବିବାହକୁ ନେଇ ମାଡ୍ରାସ୍ ହାଇକୋର୍ଟଙ୍କ ଶୁଣାଣି: ବିବାହର ମୂଳ ଉଦ୍ଦେଶ୍ୟ ସନ୍ତାନ ଜନ୍ମ

239

କନକ ବ୍ୟୁରୋ: ବିବାହର ମୂଳ ଉଦ୍ଦେଶ୍ୟ ସନ୍ତାନ ଜନ୍ମ । ବିବାହିତ ଦମ୍ପତିଙ୍କ ସମ୍ପର୍କକୁ ନେଇ ଏଭଳି କିଛି ଶୁଣାଣୀ କରିଛନ୍ତି ମାଡ୍ରାସ୍ ହାଇକୋର୍ଟ । ଆଜିକାଲି ଯୁବପିଢୀଙ୍କ ମଧ୍ୟରେ ବିବାହକୁ ନେଇ ଚିନ୍ତାଧାରା ବଦଳିବାରେ ଲାଗିଛି । ଯୁବପିଢୀ ବିବାହ ଅପେକ୍ଷା ଲିଭ୍ ଇନ୍ରେ ରହିବାକୁ ଅଧିକ ପସନ୍ଦ କରୁଛନ୍ତି । ବିବାହିତ ଦମ୍ପତି ମଧ୍ୟ ଯୌନ ସମ୍ପର୍କ ଓ ନିଜ ସ୍ୱାଧିନତାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଯାହା ବିବାହର ମୂଳ ଉଦ୍ଦେଶ୍ୟକୁ ପୂରଣ କରୁ ନଥିବା କହିଛନ୍ତି ମାଡ୍ରାସ୍ ହାଇକୋର୍ଟ । ଏହାକୁ ନେଇ ଶୁଣାଣୀ କରି କ୍ଷୋବ ପ୍ରକାଶ କରିଛନ୍ତି ଜଷ୍ଟିସ୍ କ୍ରିଷ୍ଣନ୍ ରାମସାମୀ । ଏକ ବିବାହ ବିଚ୍ଛଦ ଶୁଣାଣୀ ବେଳେ ଦୁଇଟି ପିଲାଙ୍କ କଷ୍ଟଡି କୁ ନେଇ ଦମ୍ପତିଙ୍କ ଉପରେ ବର୍ଷିଛନ୍ତି ହାଇକୋର୍ଟ । ବିବାହର ମୂଳ ଉଦ୍ଦେଶ୍ୟ ସନ୍ତାନ ଜନ୍ମ ଓ ସେମାନଙ୍କ ଲାଳନ ପାଳନ । ହେଲେ ଆଜିକାଲିର ଦମ୍ପତି ଏହି ମୂଳ ଉଦ୍ଦେଶ୍ୟକୁ ଭୁଲି ଭୁଲି ଚାଲିଥିବା ବିଚାରପତି କ୍ରଷ୍ଣନ୍ ରମାସାମୀ କହିଛନ୍ତି ।

ବିବାହର ମୂଳ ଉଦ୍ଦେଶ୍ୟ ସନ୍ତାନ ଜନ୍ମ
– ବୈବାହିକ ସମ୍ପର୍କକୁ ନେଇ ମାଡ୍ରାସ୍ ହାଇକୋର୍ଟଙ୍କ ଶୁଣାଣୀ
– ବିବାହର ମୂଳ ଉଦ୍ଦେଶ୍ୟ ଭୁଲି ଚାଲିଛନ୍ତି ଆଜିର ଯୁବପିଢୀ
– ବିବାହ ଅପେକ୍ଷା ଲିଭ୍-ଇନ୍ ସମ୍ପର୍କକୁ କରୁଛନ୍ତି ଅଧିକ ପସନ୍ଦ
– ବିବାହ ବିଚ୍ଛେଦ ମାମଲା ଶୁଣାଣୀ ବେଳେ ବର୍ଷିଲେ ଜଷ୍ଟିସ୍ କ୍ରିଷ୍ଣନ୍ ରାମସାମୀ
– ପିଲାଙ୍କ କଷ୍ଟଡି ବାଂଟିବାବେଳେ ଦୁଃଖ ପ୍ରକାଶ କଲେ ଜଷ୍ଟିସ ରାମସାମୀ