ପୋଲ କାର୍ଯ୍ୟ ଆରମ୍ଭ କରି ଠିକାଦାର ଛୁ : ଶୀଘ୍ର କାମ ଶେଷନକଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଧମକ ଦେଲେ ଗ୍ରାମବାସୀ

44

କନକ ବ୍ୟୁରୋ : ରାଜ୍ୟରେ ଲୋକମାନଙ୍କ ସୁବିଧା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । ତେବେ ରାସ୍ତାରେ ଲୋକମାନେ ଚଳାଚଳ କରିବା ପାଇଁ ଅନେକ ପୋଲ ନିର୍ମାଣ କରୁଛନ୍ତି ସରକାର । ତେବେ ଅନେକ ସ୍ଥାନରେ ସରକାରଙ୍କ ପ୍ରକୃତ ଯୋଜନା ଲୋକମାନଙ୍କ ପାଖରେ ପହଞ୍ଚିନଥିବାର ଅଭିଯୋଗର ଲମ୍ବା ତାଲିକା ବଢି ଚାଲିଛି । ସରକାର ଯୋଜନା ପରେ ଯୋଜନା କରୁଛନ୍ତି କିନ୍ତୁ କିଛି ମୁଷ୍ଟିମୟ ଲୋକମାନଙ୍କ ପାଇଁ ସରକାରୀ କାମରେ ଅନେକ ସମୟରେ କାର୍ଯକାରୀତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ତେବେ ଏପରି ଏକ ଚିତ୍ର ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲାରେ । ଏ ହେଉଛି କୁଜଗଂ ବ୍ଲକ ଅନ୍ତର୍ଗତ ବାଗୋଇ ପଚାଂୟତକୁ କୁଜଂଗ ସହିତ ସଂଯୋଗ କରୁଥିବା ରାସ୍ତା । ଏହି ରାସ୍ତାଦେଇ ଏକ ଛୋଟ କେନାଲ ମଧ୍ୟ ଯାଇଛି । ଲୋକମାନଙ୍କର ସୁବିଧା ଲାଗି ସେଠାରେ ଏକ ପୋଲ ମଧ୍ୟ ନିର୍ମାଣ କରାଯାଇଥିଲା । କିନ୍ତୁ ପରେ ଏହି ପୋଲ କୈାଣସି କାରଣରୁ ଦବି ଯିବାରୁ ପ୍ରଶାସନ ପକ୍ଷରୁ ସେଠାରେ ଆଉ ଗୋଟିଏ ପୋଲ ତିଆରି କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ପରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇ ନୂଚନ ପୋଲର କାର୍ଯ୍ୟ ଆରମ୍ଭ ମଧ୍ୟ ହୋଇଥିଲା । ତେବେ ହଠାତ ବିନା କୈାଣସି କାରଣରେ ପୋଲର କାମକୁ ବନ୍ଦ କରାଯାଇଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।

ଏପଟେ ନୂତନ ପୋଲ ନିର୍ମାଣ ହେଉଥିବା କାରଣରୁ ଲୋକମାନେ ନିଜର ଯିବା ଆସିବା ସୁବିଧା ପାଇଁ ବାଉଁଶ ପୋଲଟିଏ ନିର୍ମାଣ କରିଥିଲେ କିନ୍ତୁ ଲଘୁଚାପ ଜନିତ ପ୍ରବଳ ବର୍ଷା କାରଣରୁ ସେହି ବାଉଁଶ ପୋଲ ଭାଙ୍ଗି ଯାଇଛି । ଯେଉଁଥି ପାଇଁ ଲୋକମାନେ ଯିବାଆସିବା କରିପାରୁନାହାନ୍ତି । କେବଳ ସମସ୍ୟା ଏତିକିରେ ସୀମିତ ହୋଇ ରହିନାହିଁ ବରଂ ସବୁଠାରୁ କଷ୍ଟରେ ରହିଛନ୍ତି ପାଠପଢା ପିଲାମାନେ । ପ୍ରତ୍ୟେକ ଦିନ ପାଠପଢାରେ ବ୍ୟାଘତ ହେଉଛି । ଏପରିକି ଗ୍ରାମକୁ କୈାଣସି ବୁଲା ବିକ୍ରିବାଲା ମଧ୍ୟ ଗ୍ରାମକୁ ଯାଉନଥିବା ଗ୍ରାମବାସୀମାନେ କହିଛନ୍ତି । ଲୋକମାନେ ମଧ୍ୟ ଖଣ୍ଡିଆ ଖାବରା ହେଲେଣି ଏହି ଅଧାପନ୍ତରିଆ ପୋଲରେ ଯିବା ବେଳେ । ପୁରୁଣା ଅସ୍ଥାୟୀ ପୋଲ ଭାଙ୍ଗିବା ବେଳେ ପ୍ରଶାସନ ପକ୍ଷରୁ କୁହାଯ୍ଧବଥିଲା କି ବର୍ଷାଦିନ ପୂର୍ବରୁ ପୋର କାର୍ଯ୍ୟ ସମ୍ପୂର୍ଣ୍ମ ହେବ କିନ୍ତୁ ପ୍ରଶାସନର ପ୍ରତିଶୃତି ପାଣିର ଗାର ପରି ରହିଯାଇଛି ।

 

ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ ଗ୍ରାମକୁ ନିତିଦିନିଆ ଏକ ରାସ୍ତା ନାହିଁ । ତେଣୁ କେତେ ଆନ୍ଦୋଳନ କଲାପରେ ପ୍ରଶାସନ ପକ୍ଷରୁ ଏକ ପୋଲ ତିଆରି କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଦୁଃଖର ବିଷୟ ବର୍ଷାଦିନ ଆରମ୍ଭ ହେଲାଣି କିନ୍ତୁ ପୋଲ କାମ ସରିଲା ନାହିଁ ଓ କାହାିଁକି ହଠାତ ପୋଲ କାମ ଏପରି ବନ୍ଦ କରାଯାଇଛି ତାହାର ଉତ୍ତର କାହାରି ପାଖରେ ନାହିଁ । ଗ୍ରାମବାସୀଙ୍କ କବିବା ଅନୁସାରେ ଯଦି ପୋଲକାମ ତୁରନ୍ତ ସମାପ୍ତ ନହେବ ତେବେ ଆମେ ରାଜରାସ୍ତକୁ ଓହ୍ଲାଇବୁ । ଏପରି ଅଧାପନ୍ତାରିଆ କାମ କରାଯାଇ ଆମକୁ ମପଣ ମୁହଁକୁ ଠେଲି ଦିଆଯାଇଛି ବୋଲି ଗ୍ରାମବାସୀମାନେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।