ନବୀନଙ୍କ ବିଦେଶ ଗସ୍ତକୁ ନେଇ ବିଜେଡି ବିଜେପି ଟ୍ୱିଟ ୱାର । କିଏ କ’ଣ କହିଲା ପଢ଼ନ୍ତୁ…

245

କନକ ବ୍ୟୁରୋ: ଜୁଲାଇ ୨ ତାରିଖରୁ ବିଧାନସଭା ମୌସୁମୀ ତଥା ବଜେଟ୍ ଅଧିବେଶନ ଆରମ୍ଭ ହେଉଛି । ଆଉ ଏହି ସମୟରେ ମୁଖ୍ୟମନ୍ତ୍ରୀ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଅଧିବେଶନରେ ରହିପାରନ୍ତି ବୋଲି ଏକ ଦୈନିକ ଇଂରାଜୀ ଖବରକାଗଜ ରେ ପ୍ରକାଶ ପାଇଛି । ଯାହାକୁ ନେଇ ଚିନ୍ତାପ୍ରକଟ କରିବା ସହ ଟୁଇଟ କରି ମ୍ରୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

ଗଣତତନ୍ତ୍ରକୁ ସମ୍ମାନ ଦେଇ ମୁଖ୍ୟମନ୍ତ୍ରୀ ଗୁରୁତ୍ୱପୂର୍ଣ ବଜେଟ୍ ଅଧିବେଶନରେ ପ୍ରତ୍ୟେକ୍ଷ ଭାବେ ଗୃହରେ ରହିବା ଆବଶ୍ୟକ ବୋଲି ସେ ଲେଖିଛନ୍ତି । ଅନ୍ୟପଟେ ସମୀର ମହାନ୍ତିଙ୍କ ଟୁଇଟ ର ଜବାବ ଦେଇଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । କେନ୍ଦ୍ର ସରକାର ସ୍ତରରେ କିପରି ଅନ୍ୟ ମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ ଦେଶର ବୃହତ ସ୍ୱାର୍ଥ ପାଇଁ ବାହାରକୁ ଯାଆନ୍ତି କି ନାହିଁ ସେ ବିଷୟରେ ଥରେ ଅନୁଧ୍ୟାନ କରିବାକୁ ରାଜ୍ୟ ବିଜେପି ସଭାପତିଙ୍କ ଉଦ୍ଦେଶ୍ୟରେ କହିଛନ୍ତି ।