ଜିଲ୍ଲାପାଳଙ୍କ ଗାଈ ସେବାରେ ୭ ସରକାରୀ ଡାକ୍ତର ନିୟୋଜିତ, ଖବର ପ୍ରସାରଣ ପରେ ……

928

କନକ ବ୍ୟୁରୋ : ଦେଶରେ ଡାକ୍ତରଙ୍କର ଘୋର ଅଭାବ । ସେ ମଣିଷଙ୍କୁ ଚିକିତ୍ସା କରୁଥିବା ଡାକ୍ତର ହୁଅନ୍ତୁ ବା ପଶୁ ପକ୍ଷୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜଣେ ଜିଲ୍ଲପାଳଙ୍କର ୩ ଟି ଗାଈର ଚିକିତ୍ସା ପାଇଁ ୭ ଜଣ ପଶୁ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି । ଏହାସହ ଏକ ସିଡ୍ୟୁଲ କରି କେଉଁ ଡାକ୍ତର କେଉଁ ବାରରେ ଚିକିତ୍ସା କରିବ ତାହା ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ।

ସୂଚନା ମୁତାବକ ଉତ୍ତର ପ୍ରଦେଶ ଫତେହପୁର ଜିଲ୍ଲାର ଜିଲ୍ଲପାଳଙ୍କ ଆବାସରେ ଗାଈଙ୍କ ଚିକିତ୍ସା ପାଇଁ ୭ ଜଣ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି । ଏନେଇ ମୁଖ୍ୟ ପଶୁ ଅଧିକାରୀଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶନାମା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଫତେହପୁର ଜିଲ୍ଲାର ଜିଲ୍ଲପାଳ ଅପୂର୍ବା ଦୁବେଙ୍କ ବାସଭବନରେ ଥିବା ୩ ଟି ଗାଈର ଦେହ ଅସୁସ୍ଥ ଥିବାରୁ ପଶୁ ଚିକିତ୍ସା ବିଭାଗ ପକ୍ଷରୁ ୭ ଜଣ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି । ଦୈନିକ ଜଣେ ଜଣେ ଡାକ୍ତର ସେଠାରେ ଡ୍ୟୁଟି ଦେଉଛନ୍ତି । ଏନେଇ ଜାରି କରାଯାଇଥିବା ସରକାରୀ ନିର୍ଦ୍ଦେଶରେ ଲେଖା ଯାଇଛି କି ଜିଲ୍ଲାପାଳଙ୍କ ଗାଈମାନଙ୍କ ଦେହ ଖରାପ ଥିବାରୁ ପ୍ରତିଦିନ ସକାଳେ- ସନ୍ଧ୍ୟାରେ ଏହି ୭ ଜଣ ଡାକ୍ତର ସେଠାରେ ଡ୍ୟୁଟି ଦେବେ । ଏହାସହ ଗାଈମାନଙ୍କର ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ଦୈନକ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଫୋନ ଯୋଗେ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।