ଧର୍ମେନ୍ଦ୍ରଙ୍କ ଗଡରେ ପ୍ରଣବ ପ୍ରକାଶ ଦାସ : ୬ ମାସ ପରେ ପୁଣି ବଦଳିଲା ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକା

340

କନକ ବ୍ୟୁରୋ : ଧର୍ମେନ୍ଦଙ୍କ ଗଡରେ ବିଜେଡିର ଟାଣୁଆ ନେତା ପ୍ରଣବ ପ୍ରକାଶ ଦାସ । ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଏକାସାଙ୍ଗରେ ୪ଟି ଜିଲ୍ଲାର ଦାୟିତ୍ୱ ମିଳିଛି । ଯେଉଁ ସ୍ଥାନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ଦବଦବା ରହିଛି ସେହି ସ୍ଥାନରେ ବିଜେଡିର ମଙ୍ଗ ଧରିବେ ପ୍ରଣବ ପ୍ରକାଶ ଦାସ । ପ୍ରଣବଙ୍କୁ ମିଳିଛି ଅନୁଗୁଳୁ, ଢେଙ୍କାନାଳ, କେନ୍ଦୁଝର ଓ ସମ୍ବଲପୁର ଜିଲ୍ଲାର ଦାୟୀତ୍ୱ ।

ଏହାରି ସହିତ ବେଜିଡ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ୬ ମାସ ଭିତରେ ପୁଣିତବେ ବିଜେଡି ତରଫରି ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ତାଲିକା ପ୍ରକାଶ ପାଇଛି । ଏଥିରେ ପ୍ରଣବ ପ୍ରକାଶ ଦାସଙ୍କୁ କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ ଓ ସମ୍ବଲପୁର ଦାୟିତ୍ୱ ଦିଆଯାଇଛି । ୩୦ଟି ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଅଛନ୍ତି ୯ ଜଣ ମନ୍ତ୍ରୀ । ଅତନୁ ସବ୍ୟସାଚି ନାୟକ ଏବଂ ଦିବ୍ୟଶଙ୍କର ମିଶ୍ରଙ୍କୁ ୨ ଟି ଲେଖାଏଁ ଜିଲ୍ଲାର ଦାୟିତ୍ୱ ଦେଇଛି ।

ପ୍ରତାପ ଜେନା, ସୁଶାନ୍ତ ସିଂ, ଅମରେଶ ଜେନା, ପ୍ରଫୁଲ ମଲ୍ଲିକ, ରବିନ୍ଦ୍ର କୁମାର ଜେନା, ଅରୁଣ ସାହୁ, ବିଜୟ ନାୟକ, ସ୍ନେହାଙ୍ଗୀନି ଛୁରିଆ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରଣବ ବଳବନ୍ତରାୟ, ପ୍ରିତିରଞ୍ଜନ ଘଡାଇ, ପ୍ରଶାନ୍ତ ମୁଦୁଲି ଆଦି ନେତାଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି । ତେବେ ପର୍ଯ୍ୟବେକ୍ଷକ ତାଲିକାରୁ ବାଦ ପଡିଛନ୍ତି ଟୁକୁନି ସାହୁ, ଉଷା ଦେବୀ, ରୋହିତ ପୁଜାରୀ, ନଳୀନୀ ପ୍ରଧାନ । କିଛି ଦିନ ତଳେ ବିଜେପି ରାଜ୍ୟ ମୁଖିଆ ପରିବର୍ତନ କରିବା ପରେ ବିଜେଡିର ପର୍ଯ୍ୟବେକ୍ଷକ ତାଲିକା ଘୋଷଣା ରାଜନୀତିକୁ ଅଧିକ ସରଗରମ କରିଛି ।