ପାରା ପରେ ଇଲୋକ୍ଟ୍ରୋନିକ୍ସ ମେସିନକୁ ନେଇ ଚର୍ଚ୍ଚା : ଯୋଡା ଅଞ୍ଚଳରେ ଦେଖିବାକୁ ମିଳିଲା ବୈଦ୍ୟୁତିକ ଯନ୍ତ୍ରାଂସ, ଚୀନର ଗୁଇନ୍ଦାଗିରି ସନ୍ଦେହ

189

କନକ ବ୍ୟୁରୋ : ପାରା ପରେ ଇଲୋକ୍ଟ୍ରୋନିକ୍ସ ମେସିନକୁ ନେଇ ଚର୍ଚ୍ଚା । ଚୀନର ଗୁଇନ୍ଦାଗିରି ସନ୍ଦେହ । କେନ୍ଦୁଝର ଯୋଡା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ବୈଦୁତିକ ଯନ୍ତ୍ରାଂସ । ଘଟଣାସ୍ଥଳରେ ପୁଲିସ ଛାନଭିନ୍ ଜାରି ରଖିଛି । ଯୋଡା ବ୍ଲକ ବିରିକଳା ଗାଁ ମୁଣ୍ଡରେ ଏକ ଗଛରେ ଏଭଳି ମେସିନ୍ ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେବା ପରେ ଘଟଣା ସ୍ଥଳରେ ପୁଲିସର ଏକ ଟିମ୍ ପହଞ୍ଚି ଉକ୍ତ ମେସିନକୁ ଜବତ କରିଛି । ଇଲୋକ୍ଟ୍ରୋନିକ୍ସ ମେସିନରେ ଇଂରାଜୀରେ ୱେଦର ଲେଖାଯାଇଥିବା ଦେଖିବାକୁ ମିଳିଛି । ତେବେ କିଏ ଆଣି ସେଠାରେ ଏହି ମେସିନ ଲଗାଇଛି । ବାସ୍ତବରେ ଏହି ମେସିନର କାର୍ଯ୍ୟ କ’ଣ ତାହା ଉପରେ ପୁଲିସ ଅଧିକ ତଦନ୍ତ ଚଳାଇଛି ।