ଓଡ଼ିଆ ଫିଲ୍ମର ୪୨୦ ହିରୋ ଗିରଫ : ଘର ବିକ୍ରି ନାଁରେ ଜଣେ ପ୍ରଫେସରଙ୍କୁ ଠକି ଚୂନା ଲଗାଇଥିଲେ ଅଜିତାଭ ମଲ୍ଲିକ

15,070

କନକ ବ୍ୟୁରୋ : ହିରୋ ଠକିଥିଲା ଟଙ୍କା । ଘର ବିକ୍ରି ନାଁରେ ଟଙ୍କା ଠକି ଗିରଫ ହେଲେ ୪୨୦ ଓଡିଆ ଅଭିନେତା । ଏହି ଅଭିନେତା ଜଣଙ୍କ ହେଲେ ଅଜିତାଭ ମଲ୍ଲିକ । ସେ ଭୁବନେଶ୍ୱର କୋଳଥିଆ ଅଂଚଳରେ ଡୁପ୍ଲେକ୍ସ ଘର ବିକିବା କହି ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଛି । ରେଭେନ୍ସା ବିଶ୍ୱବିଦ୍ୟାଳୟର ଜଣେ ମହିଳା ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଘର ବିକ୍ରି କରିବାକୁ କହିଥିଲେ । କୋଟିଏ ଟଙ୍କାରେ ଘର ବିକ୍ରି କରିବାକୁ କହିଥିଲେ ଅଜିତାଭ ।

ଆସିଷ୍ଟାଣ୍ଟ ପ୍ରଫେସର ଏଥିରେ ରାଜି ହେବାରୁ ପ୍ରଥମେ ୨୫ ଲକ୍ଷ ଟଙ୍କାର ନଗଦ, ଏହାପରେ ବିଭିନ୍ନ ଆକାରରେ ମୋଟ୍ ୮୫ ଲକ୍ଷ ଟଙ୍କା ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଠାରୁ ନେଇଥିଲେ ଅଜିତାଭ । କିନ୍ତୁ ଟଙ୍କା ନେବା ପରେ ଅଜିତାଭ ଘର ଦେଇନଥିଲେ କି ଆଉ ଧରାଛୁଆଁ ଦେଇନଥିଲେ । ୨୦୨୦ ମସିହାରୁ ଟଙ୍କା ନେଇଥିବା ବେଳେ ଏପର୍ଯ୍ୟନ୍ତ ଦେଖା ଦେଉନଥିଲେ ।

ଏ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିଲା । ଆଜି ଖଣ୍ଡଲିରି ପୋଲିସ ପୁଲିସ ଅଭିଯୁକ୍ତ ଅଜିତାଭ ମଲ୍ଲିକଙ୍କୁ ଗିରଫ କରିଛି । ଅଜିତାଭ ଜଣେ ସହ କଳାକାର ଭାବେ ବିଭିନ୍ନ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଏଥିସହ ଓଡିଆ ଫିଲ୍ମ ଅରୁନ୍ଧତିର ପ୍ରଯୋଜକ । ଅରୁନ୍ଧତିରେ ସହ କଳାକାର ଭାବେ ଅଭିନୟ ବି କରିଛନ୍ତି ଅଜିତାଭ ।