ପୂର୍ବ ବିବାଦ ନେଲା ଉଗ୍ରରୂପ ! ଭୁବନେଶ୍ୱରରେ ନୂଆଗାଁ-ଶିଶୁପାଳଗଡ ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ଖଣ୍ଡା ଓ ଭୁଜାଲି ଆକ୍ରମଣରେ ୫ ଆହତ

37

କନକ ବ୍ୟୁରୋ : ଭୁବନେଶ୍ୱର ଶିଶୁପାଳଗଡରେ ଗୋଷ୍ଠୀ ସଂଘର୍ଷ । ଶିଶୁପାଳଗଡ ଓ ନୂଆଗାଁ ମଧ୍ୟରେ ହୋଇଛି ଜୋରଦାର ଗଣ୍ଡଗୋଳ । ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଶିଶୁପାଳଗଡ ଓ ନୂଆଗାଁ ମଧ୍ୟରେ ପୂର୍ବରୁ ଶତ୍ରୁତା ରହି ଆସିଥିବା ବେଳେ କୌଣସି ସାମାନ୍ୟ ଘଟଣାକୁ ନେଇ ଶିଶୁପାଳଗଡର କିଛି ଯୁବକ ନୂଆଗାଁର ଯୁବକଙ୍କୁ ଆକ୍ରମଣ କରିଥିଲେ । ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରବଳ ଉତେଜନା ଦେଖା ଦେଇଥିଲା । ନୂଆଗାଁ ଛକରେ କିଛି ଦୋକାନରେ ଭଙ୍ଗାରୁଜା ମଧ୍ୟ କରିଥିଲେ ଶିଶୁପାଳଗଡର ଯୁବକମାନେ ।

କିଛି ଗାଡିକୁ ମଧ୍ୟ ଭଙ୍ଗାରୁଜା କରାଯାଇଥିବା ଜଣାପଡିଛି । ଏଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି । ଘଟଣାସ୍ଥଳରେ ଖଣ୍ଡା ଓ ଭୁଜାଲି ଚାଲିଥିଲା । ବିଚ୍ ରାସ୍ତାରେ ହୋଇଥିଲା ଖଣ୍ଡଯୁଦ୍ଧ । ପୋଲିସ ପହଂଚି କିଛି ଗଣ୍ଡଗୋଳକାରୀଙ୍କୁ ଅଟକ ରଖିଥିଲା । ଉତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଭୁବନେଶ୍ୱର ଡିସିପିଙ୍କ ସହ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଂଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ ।