ସମାଜବାଦୀ ପାର୍ଟି ସହ ମେଣ୍ଟ କରିବାକୁ ମନା କଲେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ । ପଢନ୍ତୁ, କଣ କହିଲେ?

161

କନକ ବ୍ୟୁରୋ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ଓ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ମେଣ୍ଟ କରିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ଏବେ ଫାଟ ଦେଖା ଦେଇଛି । ଶନିବାର ସାମ୍ବାଦିକ ସମ୍ମିଳନୀ କରି ନିଜ କଥା ରଖିବା ସହ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ସପା ସହ କୌଣସି ମେଣ୍ଟ କରିବେନି ବୋଲି ସ୍ପଷ୍ଟ କରିଛନ୍ତି । ମେଣ୍ଟ ପାଇଁ ମନା କରିବା ସହ ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ବିରୋଧରେ ବଡ ଅଭିଯୋଗ ଆଣିଛନ୍ତି । ଅଖିଳେଶ ଦଳିତମାନଙ୍କୁ ନିଜ ସହ ସାମିଲ କରିବାକୁ ଚାହୁଁ ନଥିବା ଆଜାଦ କହିଛନ୍ତି । ଦଳ କେବଳ ଭୋଟବ୍ୟାଙ୍କ ରାଜନୀତି କରୁଛି । ଅଖିଳେଶ ସାମାଜିକ ନ୍ୟାୟର ଅର୍ଥକୁ ବୁଝନ୍ତି ନାହିଁ । ଦଳିତଙ୍କ ପ୍ରସଙ୍ଗରେ ନୀରବ ରୁହନ୍ତି । ଦଳିତ ସମାଜକୁ ଅଖିଳେଶ ନିରାଶ ଓ ଅପମାନିତ କରିଛନ୍ତି । ଏଥିସହ ଚନ୍ଦ୍ରଶେଖର କହିଛନ୍ତି କି ନ୍ୟାୟ ପାଇଁ ଭୀମ ଆର୍ମି ଲଢେଇ ଜାରି ରଖବେ । ଆବଶ୍ୟକ ପଡିଲେ ଏକାକୀ ଲଢିବେ । ଅନ୍ୟପଟେ ଅଭିଯୋଗ ଖଣ୍ଡନ କରି ଆଜାଦଙ୍କ ଉପରେ ପାଲଟା ଅଭିଯୋଗ ଆଣିଛନ୍ତି ସପା ମୁଖ୍ୟ ଅଖିଳେଶ ଯାଦବ ।