ପଶ୍ଚିମବଙ୍ଗରେ ଘୁଞ୍ଚିଲା ପୌର ନିର୍ବାଚନ । ଜାନୁଆରୀ ୨୨ ପରିବର୍ତ୍ତେ ଫେବ୍ରୁଆରୀ ୧୨ରେ କରିବାକୁ ନିଷ୍ପତ୍ତି ।

148

କନକ ବ୍ୟୁରୋ : ଘୁଞ୍ଚିଲା ପଶ୍ଚିମବଙ୍ଗ ପୌରପାଳିକା ନିର୍ବାଚନ । ଜାନୁଆରୀ ୨୨ ତାରିଖରେ ରାଜ୍ୟର ୪ଟି ପୌର ପାଳିକାରେ ନିର୍ବାଚନ ହୋଇଥାନ୍ତା । କିନ୍ତୁ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ନିର୍ବାଚନ କମିଶନ ନିର୍ବାଚନ ତାରିଖ ତିନି ସପ୍ତାହ ଘୁଞ୍ଚାଇ ଦେଇଛନ୍ତି । ଜାନୁଆରୀ ୨୨ ତାରିଖ ବଦଳରେ ଫେବୃଆରୀ ୧୨ ତାରିଖରେ ଭୋଟ୍ ଗ୍ରହଣ ହେବ ।

ସିଲିଗୁଡି, ଚାନ୍ଦେରନାଗୋର ଏବଂ ବିଧାନନଗର, ଆସନଶୋଲ ପୌରପରିଷଦରେ ଫେବୃଆରୀ ୧୨ ତାରିଖରେ ଭୋଟ୍ ହେବ । ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ନିକଟରେ ପଶ୍ଚିମବଙ୍ଗ ସରକାର ରାଜ୍ୟ ନିର୍ବାଚନ କମିଶନଙ୍କୁ ନିର୍ବାଚନ ତାରିଖ ପରିବର୍ତନ କରିବାକୁ ନିବେଦନ କରିଥିଲେ । ଏହାପରେ ରାଜ୍ୟ ନିର୍ବାଚନ କମିଶନ ଏପରି ନିଷ୍ପତି ନେଇଛନ୍ତି । ପୂର୍ବରୁ କରୋନା ପାଇଁ କୋଲକାତା ହାଇକୋର୍ଟ ପଶ୍ଚିମବଙ୍ଗ ନିର୍ବାଚନ କମିଶନଙ୍କୁ ୪ରୁ ୬ ସପ୍ତାହ ପାଇଁ ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ପରାମର୍ଶ ଦେଇଥିଲେ ।