ଭଦ୍ରକ: ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଲହଡି ଭାଙ୍ଗୁଛି ବର୍ଷା ପାଣି

31

କନକ ବ୍ୟୁରୋ: ହସ୍ପିଟାଲରେ ଲହଡି ଭାଙ୍ଗୁଛି ବର୍ଷା ପାଣି । ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିିଳିଛି ଭଦ୍ରକ ଜିଲ୍ଲା ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ । ଗତକାଲି ପ୍ରବଳ ବର୍ଷା ପରେ ପାଣି ଘେରରେ ଡାକ୍ତରଖାନା । ହସ୍ପିଟାଲରେ ଜଳ ନିଷ୍କାସନ ବ୍ୟବସ୍ଥା ଠିକ୍ ଭାବରେ ନଥିବାରୁ ବର୍ଷା ପାଣିରେ ଉବୁଟୁବୁ ସାରା ଅଂଚଳ ।

ହସ୍ପିଟାଲର ଆଉଟଡୋର ଓ ଡ୍ରେସିଙ୍ଗ ରୁମ, ରୋଗୀ ୱାର୍ଡ ସମେତ ଡାକ୍ତରଙ୍କ କକ୍ଷରେ ପାଣି ଜମି ରହିଛି । ଫଳରେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହୋଇଛନ୍ତି ରୋଗୀ ଓ ତାଙ୍କ ସଂପର୍କୀୟ । ଏହା ସହ ଡାକ୍ତରଖାନାରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି ।