ମହୁମାଛି ସାଜିପାରେ ମୃତ୍ୟୁର କାରଣ: ବିଶେଷଜ୍ଞ କହିଲେ, ସାପ ବିଷ ଭଳି ଶରୀର ସାରା ବ୍ୟାପିଯାଏ ମହୁମାଛି ବିଷ

130

କନକ ବ୍ୟୁରୋ: ମହୁମାଛି ଯେ ମୃତ୍ୟୁର କାରଣ ହୋଇପାରେ ଏହା ବହୁତ କମ ଲୋକ ଜାଣିଥିବେ । ଟିଭି ସ୍କ୍ରିନରେ ଥିବା ଦୁଇଟି ଚିତ୍ର ମଧ୍ୟରୁ ଗୋଟିଏ ହେଉଛି ବାଲିଗୁଡାର ଓ ଅନ୍ୟଟି ହେଉଛି ପାଲଡା ଗ୍ରାମର ।ବାଲିଗୁଡାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ମହୁମାଛି କାମୁଡାରେ ହୋଇଥିଲା ଓ ଦୁଇ ଦିନ ପରେ ତାଙ୍କ ଶବ ଗଛରୁ ମିଳିଥିଲା । ଅନ୍ୟପଟେ ଜଙ୍ଗଲି ମହୁମାଛ କିପରି ଗୋଟିଏ ପରିବାରର ସମସ୍ତଙ୍କୁ ଆକ୍ରମଣ କରିଛି, ତାର ଚିତ୍ର ସାମ୍ନାକୁ ଆସିଛି । ଏହି ପରିବାରର ୭ ଜଣ ଗୁରୁତର ଆହତ ହୋଇଥିବା ବେଳେ ୫ ବର୍ଷର ଗୋଟିଏ ଶିଶୁର ମୃତ୍ୟୁ ହୋଇଛି ।

ବିଶେଷଜ୍ଞଙ୍କ କହିବା ଅନୁସାରେ ଦେଶରେ ସାଧାରଣତଃ ୫ ପ୍ରକାରର ମହୁମାଛି ମିଳନ୍ତି । ଏହି ମହୁମାଛି ମାନେ ଅସ୍ୱାଭାବିକ ପରିସ୍ଥିତି କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ଆକ୍ରମଣ କରନ୍ତି ।ମହୁମାଛଙ୍କ ବିଭିନ୍ନ ପ୍ରଜାତି ମଧ୍ୟରୁ ବାଘୁଆ ମହୁମାଛି ବା ରକ୍ ବି’ ହେଉଛି ଅଧିକ ମାରାତ୍ମକ । ଏହା କାମୁଡିଲେ ଜୀବନ ଯିବାର ଅଧିକ ସମ୍ଭାବନା ରହିଛି । ମହୁମାଛିଙ୍କ ଆକ୍ରମଣକୁ ନେଇ ବିଶେଷଜ୍ଞ ମତ ପୋଷଣ କରିଛନ୍ତି । କହିଛନ୍ତି

ମଣିଷ ବାଘୁଆ ମହୁମାଛି ଆକ୍ରମଣର ଶିକାର ହୁଅନ୍ତି
ମହୁମାଛି ଆକ୍ରମଣ କଲେ ତାର ବିଷ ମଣିଷ ଶରୀରକୁ ଚାଲିଯାଏ
ପରବର୍ତୀ ସମୟରେ ଏହା ବ୍ୟକ୍ତିଙ୍କ ମୃତ୍ୟୁର କରାଣ ପାଲଟିଥାଏ
ଗୋଟିଏ ମହୁମାଛି ମରିଗଲେ ଅନ୍ୟ ମହୁମାଛି ଜାଣିପାରନ୍ତି
ବିପଦର ଆଶଙ୍କା କରି ସାଧାରଣ ଲୋକଙ୍କୁ ଆକ୍ରମଣ କରନ୍ତି
ମହୁମାଛି କାମୁଡିବା ପରେ ନିଶ୍ୱାସ, ପ୍ରଶ୍ୱାସ ନେବାରେ କଷ୍ଟ ହୁଏ
ସାପ ବିଷ ଭଳି ମହୁମାଛି ବିଷ ମଧ୍ୟ ରକ୍ତରେ ଅତିଶୀଘ୍ର ବ୍ୟାପିଯାଏ
ଶୀଘ୍ର ଚିକିତ୍ସା କରାନଗଲେ ମଣିଷ ମୃତ୍ୟୁ ମୁଖରେ ପଡିଥାଏ ।