ଚିନ୍ତା ବଢାଇଲା କୋଣାର୍କ ଓ ଜଗତସିଂପୁରରେ ସମୁଦ୍ରର ଜୁଆର: ୨୧ଶହ ମସିହା ସୁଦ୍ଧା ସମୁଦ୍ର ପତନ ଆହୁରି ବଢ଼ିବା ଆଶଙ୍କା

272

କନକ ବ୍ୟୁରୋ: ସମୁଦ୍ର ଜୁଆର ମାଡ଼ି ଆସିବାରୁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରାସ୍ତା ଏବେ ବିପଦରେ ପଡିଯାଇଛି । ୫ ଫୁଟ ଉଚ୍ଚ ଜୁଆର ମାଡରେ ମେରାଇନ ଡ୍ରାଇଭର ରାସ୍ତା ଓ ସୁରକ୍ଷା ପ୍ରାଚୀର ଭାଙ୍ଗି ଯାଇଛି । ବିଶେଷକରି ଚନ୍ଦ୍ରଭାଗା-ଇକୋ ରିଟ୍ରିଟ୍ ରାସ୍ତାର ସାହୁଖଣତା ଠାରେ ସ୍ଥିତି ସବୁଠୁ ସାଂଘାତିକ ହୋଇଛି । ସେହିପରି ଲଘୁଚାପ ଜନିତ ଲଗାଣ ବର୍ଷା ଓ ଅଶାନ୍ତ ସମୁଦ୍ର କ୍ରମାଗତ ଭାବେ କୂଳ ଖାଇବାକୁ ଲାଗିଛି ଶିଆଳି ବେଳାଭୂମିରେ । ଏଠାରେ ଥିବା ଭ୍ୟୁ ଟାୱାର ଚଟାଣ ତଳୁ ବାଲି ଖସିବାରେ ଲାଗିଛି । ୨୦୦୯ ମସିହାରେ ସମୁଦ୍ର କୂଳ ଲଂଘିବାରୁ ବାଲି ବସ୍ତା ଓ ପଥର ପକାଇ ଏକ ଅସ୍ଥାୟୀ ସୁରକ୍ଷା ପ୍ରାଚୀର ନିର୍ମାଣ କରାଯାଇଥିଲା । କିନ୍ତୁ ସେ ସୁରକ୍ଷା ପ୍ରାଚୀରର ପ୍ରାୟ ୩୦ ପ୍ରତିଶତ ଅଂଶ ସମୁଦ୍ର ଗର୍ଭକୁ ଯାଇସାରିଲାଣି ।

ସାରାବିଶ୍ୱରେ ଉତାପ ବଢୁଥିବାରୁ ସମୁଦ୍ର ଅଶାନ୍ତ ହେବାସହ ଜଳ ପତନ ବଢିିବାରେ ଲାଗିଛି, ଯାହା ଉପକୂଳିଆ ଅଂଚଳ ପ୍ରତି ବିପଦ ବଢାଇ ଦେଇଛି ।
– ବିଶ୍ୱ ତାପନ ଯୋଗୁଁ ରାଜ୍ୟରେ କୂଳ ଲଂଘିବାରେ ଲାଗିଛି ସମୁଦ୍ର
– ୨୧୦୦ ମସିହା ସୁଦ୍ଧା ସମୁଦ୍ର ପତ୍ତନ ୧.୭ରୁ ୩.୨ ଫୁଟ୍ ବଢିବା ଆଶଙ୍କା କରାଯାଉଛି
– ୨୦୫୦ ସୁଦ୍ଧା ୨ଡିଗ୍ରୀ ସେଲସିୟସ ବଢିବ ସାରା ବିଶ୍ୱର ସ୍ୱାଭାବିକ ତାପମାତ୍ରା
– ୫୭୦ ସହରର ପ୍ରାୟ ୮୦ କୋଟି ଲୋକ ପ୍ରଭାବିତ ହେବା ଆଶଙ୍କା ରହିଛି
– ଏପରିକି ସମୁଦ୍ରରେ ଲୀନ ହୋଇପାରେ ଉପକୂଳରେ ଥିବା କେତେକ ସହର
– ବିଶ୍ୱ ଅର୍ଥନୈତିକ ଫେରମର ଗ୍ଲୋବାଲ ରିସ୍କ ରିର୍ପୋଟ ୨୦୧୯ରେ ତଥ୍ୟ ପ୍ରକାଶ

ସମୁଦ୍ରର ବିପଦଜନକ ବ୍ୟବହାର ନେଇ ଇଂଟର ଗର୍ଭରମେଂଟାଲ ପ୍ୟାନେଲ୍ ଅନ୍ କ୍ଲାଇମେଟ୍ ଚେଂଜ-ଆଇପିସିସିର ରିପୋର୍ଟ ଆହୁରି ସାଂଘାତିକ ।
– ଶତାଦ୍ଦୀ ଶେଷ ବେଳକୁ ସମୁଦ୍ରରେ ବୁଡିଯିବ ୧୨ଟି ଉପକୂଳ ସହର!
– ମୁମ୍ବାଇ, ଚେନ୍ନାଇ, କୋଚି ଓ ବିଶାଖାପାଟ୍ଟନମ୍ ପ୍ରତି ରହିଛି ବିପଦ
– ଏସିଆ ମହାଦେଶରେ ଦ୍ରୁତ ଗତରେ ବଢୁଛି ସମୁଦ୍ର ଜଳପତ୍ତନ
– ଆଇପିସିସି ରିପୋର୍ଟରେ ବନ୍ଦର ସହର ପାରାଦୀପକୁ ନେଇ ସତର୍କ ଘଂଟି
– ୨୧୦୦ ଶତାବ୍ଦୀରେ ପାରାଦୀପ ନିକଟରେ ସମୁଦ୍ର ଜଳପତ୍ତନ ୨ଫୁଟ୍ ବଢିଯିବା ଆଶଙ୍କା

ଓଡିଶାର ପୂର୍ବ ପଟରେ ବଙ୍ଗୋପସାଗର ରହିଥିବାବେଳେ ପ୍ରାୟ ୪୫୦ କିଲୋମିଟରର ବିସ୍ତୀର୍ଣ୍ଣ ବେଳାଭୂମି ରହିଛି । ତେଣୁ ପ୍ରାକୃତିକ ଦୁର୍ବିପାକ ସହ ସମୁଦ୍ରର ବିପଦଜନକ ବ୍ୟବହାର ବିପଦ ସୃଷ୍ଟି କରୁଆସୁଛି ।