କାହିଁକି ଆତ୍ମହତ୍ୟା କଲେ ସୂର୍ଯ୍ୟପ୍ରକାଶ? ଦ୍ୱନ୍ଦ୍ୱ ବଢାଇଲା ସୁଇସାଇଡ ନୋଟ୍

295

କନକ ବ୍ୟୁରୋ: ଆତ୍ମହତ୍ୟା କରିବା ପୂର୍ବରୁ ସୂର୍ଯ୍ୟପ୍ରକାଶ ପଲାଇ ଲେଖିଥିଲେ ସୁଇସାଇଡ ନୋଟ୍ । ଆଖିରେ ଥିଲା ଆଖିଏ ସ୍ୱପ୍ନ । ମାଟ୍ରିକରେ ୯୧% ମାର୍କ ରଖି ଭବିଷ୍ୟତରେ କିଛି କରିବାର ସ୍ୱପ୍ନ ନେଇ ସେ ଭୁବନେଶ୍ୱରର ଏକ ଘରୋଇ କଲେଜରେ ନାଁ ଲେଖାଇଥିଲେ । ୨୨ ଦିନ ହେଲା ହଷ୍ଟେଲରେ ରହୁଥିଲେ । ହେଲେ ସୋମବାରଦିନ ସବୁକିଛି ଓଲଟପାଲଟ ହୋଇଯାଇଥିଲା । ହଷ୍ଟେଲ ୱାର୍ଡନ ଖାଇବା ଡାକିବା ବେଳକୁ ବନ୍ଦଘରୁ ମିଳିଥିଲା ମୃତଦେହ । ତେବେ ପରିବାର ଲୋକେ ସୂର୍ଯ୍ୟପ୍ରକାଶଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ।

ଆତ୍ମହତ୍ୟା ପୂର୍ବରୁ ସୂର୍ଯ୍ୟପ୍ରକାଶ ଲେଖିଥିବା ସୁସାଇଡ ନୋଟରେ ନିଜ ମୃତ୍ୟୁ ପାଇଁ ପରିବାର ଲୋକ, କଲେଜ କର୍ତୃପକ୍ଷ କିମ୍ବା କୌଣସି ସାଙ୍ଗକୁ ଦୋଷୀ ନଥିବା ଲେଖିଛନ୍ତି । ତେବେ ସୁଇସାଇଡ ନୋଟରେ ଲଭ ସାଇନ ମଧ୍ୟରେ ଥିବା ‘ମାମା’ ଲେଖା ଦ୍ୱନ୍ଦ୍ୱ ବଢାଇଛି । ଜବତ ସୁଇସାଇଡ ନୋଟର ନମୁନା ପରୀକ୍ଷା ପାଇଁ ହ୍ୟାଣ୍ଡ ରାଇଟିଂ ବ୍ୟୁରୋକୁ ପଠାଇଛି ।

ସୂର୍ଯ୍ୟପ୍ରକାଶଙ୍କ ଭଳି ମେଧାବୀ ଛାତ୍ରଙ୍କ ଆତ୍ମହତ୍ୟା ଅନେକ ପ୍ରଶ୍ନ ସୃଷ୍ଟି କରିଛି
-କେଉଁ କାରଣ ପାଇଁ ଚାପରେ ଥିଲେ ଏହି ମେଧାବୀ ଛାତ୍ର
-କାହିଁକି ମୃତ୍ୟୁର କାରଣ ଶେଷ ଚିଠିଲେ ସ୍ପଷ୍ଟ କଲେନି ସୂର୍ଯ୍ୟପ୍ରକାଶ