ବିପଦ ସଙ୍କେତ ଟପିଲା ବୈତରଣୀ । ହୀରାକୁଦର ଆହୁରି ୪ ଗେଟ୍ ଖୋଲିବା ପରେ ଜଳସ୍ତର ୧୭.୮୮ ମିଟରରେ ପହଞ୍ଚିଛି ।

105

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଫଳରେ ରାଜ୍ୟର ଉପରମୁଣ୍ଡରେ ପ୍ରବଳରୁ ପ୍ରବଳ ବର୍ଷା ହେବା ଯୋଗୁଁ ହୀରାକୁଦ ଡ୍ୟାମର ଜଳସ୍ତର ବୃଦ୍ଧି ପାଇଛି । ସ୍ଥିତି ନିୟନ୍ତ୍ରଣ ପାଇଁ ଆଉ ୪ଟି ଗେଟ୍ ଖୋଲିଛି । ଏବେସୁଦ୍ଧା ମୋଟ ୨୮ଟି ଗେଟରେ ବନ୍ୟାଜଳ ନିଷ୍କାସିତ ହେଉଛି । ଏଥିଯୋଗୁଁ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ମହାନଦୀରେ ବନ୍ୟା ଜଳ ପ୍ରବାହିତ ହେବା ପରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀ । ଆଖୁଆପଦାଠାରେ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏଠାରେ ବିପଦ ସଙ୍କେତ ରହିଛି ୧୭.୮୩ ମିଟର । ଏହାସହ ଜଳକା ନଦୀ ମଧ୍ୟ ବନ୍ୟା ଜଳ ବିପଦ ସଙ୍କେତ ପାଖାପାଖି ପ୍ରବାହିତ ହେଉଛି ।