ସାରାଦେଶରେ ଚାଲିଛି ତ୍ରିରଂଗା ମହୋତ୍ସବ : ୧୮ହଜାର ଫୁଟ ଉପରେ ତ୍ରିରଙ୍ଗା ଉଡାଇଲେ ଆଇଟିବିପି ଯବାନ

104

କନକ ବ୍ୟୁରା: ସ୍ୱାଧୀନତାର ୭୫ବର୍ଷ ଉପଲକ୍ଷେ ଦେଶରେ ଅମୃତ ମହୋତ୍ସବ ପାଳନ କରାଯାଉଛି । ଏଥିପାଇଁ ଅଗଷ୍ଟ ୧୩ରୁ ହରଘର ତ୍ରିରଙ୍ଗା ଉଡ଼ାଇବାକୁ ସମସ୍ତ ଦେଶବାସୀଙ୍କୁ ଆହ୍ୱାନ କରାଯାଇଛି । ସ୍ୱାଧୀନତାର ଅମୃତ ମହୋତ୍ସବ ପାଇଁ ପ୍ରଧାନମନ୍ତ୍ରୀ ହରଘର ତ୍ରିରଙ୍ଗା ଅଭିଯାନର ଆହ୍ୱାନ ଦେଇଛନ୍ତି । ଏହି ସମୟରେ ସମସ୍ତେ ନିଜ ନିଜ ଘରେ ଜାତୀୟ ପତାକା ଉଡ଼ାଇବେ । କେନ୍ଦ୍ର୍ର ସରକାରଙ୍କ ପରାମର୍ଶ ପରେ ଦେଶବ୍ୟାପୀ ହର ଘର ତ୍ରିରଙ୍ଗା ଯାତ୍ରା ଆରମ୍ଭ କରାଯାଇଛି । ଏହି ଅଭିଯାନ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଚାଲିବ । ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଥିବା ବେଳେ ଭାରତ-ଚୀନ୍ ବର୍ଡରରେ ଏହି ଅଭିଯାନକୁ ସମ୍ମାନ ଦେଇ ଯବାନ ମାନେ ଉଡ଼ାଇଛନ୍ତି ଜାତୀୟ ପତାକା । ଆଇଟିବିପି ଯବାନମାନେ ଭାରତ-ଚୀନ୍ ସୀମାଠୁ ୩ହଜାର ୪୮୮କିଲୋମିଟର ଦୂରରେ ବହୁ ଉଚ୍ଚରେ ଜାତୀୟ ପତାକା ଉଡ଼ାଇଛନ୍ତି ।

ଆଇଟିବିପି ଯବାନ ଅର୍ଜ୍ଜୁନ ଖେରିୟାଲ ଏନେଇ କମ୍ପୋଜ କରିଥିବା ଜୟହିନ୍ଦ ସଙ୍ଗୀତ ଯବାନଙ୍କ ଉଦ୍ଦେଶ୍ୟରେ ଦେଇଥିଲେ । ଜୟ ହିନ୍ଦ୍ ଧ୍ୱନୀରେ ପ୍ରକମ୍ପିତ ହୋଇଉଠିଥିଲା ପରିବେଶ । ତେବେ ଏହି ଆଇଟିବିପି ଯବାନ ମାନେ ପୂର୍ବରୁ ମଧ୍ୟ ଲଦାଖ , ଉତରାଖଣ୍ଡରେ ସ୍ୱାଧୀନତା ଦିବସ ଅବସରରେ ଜାତୀୟ ପତାକା ଉଡ଼ାଇଥିଲେ ।