ଛତିଶଗଡରେ ବନ୍ୟା ପରିସ୍ଥିତି, ଓଡିଶାରେ ଗମ୍ଭୀର ସ୍ଥିତି!

84

କନକ ବ୍ୟୁରୋ: ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ଛତିଶଗଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଏହା ଯୋଗୁ ଓଡିଶାରେ ଗମ୍ଭୀର ସ୍ଥିତି ସୃଷ୍ଟି ହୋଇପାରେ । କୋର୍ବା, ଜାଞ୍ଜଗିରି ଚାମ୍ପାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଳାସପୁରରେ ୧୪୬ ମିମି ବର୍ଷା ରେକର୍ଡ ହୋଇଛି । ବଳରାମପୁରଠାରେ ୭୮ ମିମି ବର୍ଷା ରେକର୍ଡ ହୋଇଛି । ସେପଟେ ରାୟପୁରରେ ବର୍ଷା ନାହିଁ । ମହାନଦୀ ଅବବାହିକାରେ ଥିବା ଅନ୍ୟ ଅଞ୍ଚଳରେ ବର୍ଷା ହୋଇଛି । ପ୍ରବଳ ବର୍ଷା ଛତିଶଗଡ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ମହାନଦୀର ଶାଖା ନଦୀର ବର୍ଷା ଜଳ ପ୍ରବାହିତ ହେଉଥିବାରୁ ବନ୍ୟା ପରିସ୍ଥିତି ଦେଖାଦେଇଛି । ସେଠାକାର ଯନ୍ତ୍ରୀ ହିରାକୁଦର ଅଧିକ ଗେଟ ଖୋଲିବା ପାଇଁ ବର୍ତ୍ତମାନ ସମୟରେ ଚାପ ପକାଉଛନ୍ତି ।