୯୦ ବର୍ଷରେ ଏହି ମହିଳା ଆରମ୍ଭ କଲେ ନିଜର ଷ୍ଟାଟଅପ, ଏବେ ତାଙ୍କର ବାର୍ଷିକ ବ୍ୟବସାୟ ଜାଣିଲେ ହୋଇଯିବେ ଚକିତ

220

କନକ ବ୍ୟୁରୋ : ଏକ ରିପୋର୍ଟ ମୁତାବକ ଏବେ ଭାରତୀୟମାନଙ୍କର ହାରାହାରି ବୟସ ହେଉଛି ୭୨-୭୬ ବର୍ଷ । ଅର୍ଥାତ ଜଣେ ସୁସ୍ଥ ମଣିଷ ଭାରତୀୟ ପରିବେଶରେ ୭୨-୭୬ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜଣେ ୯୦ ବର୍ଷର ବୃଦ୍ଧା ନିଜର ଷ୍ଟାଟଅପ୍ ଆରମ୍ଭ କରି ଏବେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି ।

ହରଭଜନ ନାମକ ଜଣେ ଗୃହିଣୀ ନିଜର ୩ ପିଲାଙ୍କ ସହ ପରିବାରର ପ୍ରତିପୋଷଣ ପାଇଁ ଅନେକ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି । ହେଲେ ସେ ସର୍ବଦା ଆତ୍ମନିର୍ଭରଶୀଳ ହେବାକୁ ଚେଷ୍ଟା କରୁଥିଲେ । ସେ ତାଙ୍କର ୯୦ ତମ ଜନ୍ମଦିବସରେ ତାଙ୍କ ଝିଅ ସହ ବସି ଚା ପିଉଥିବା ବେଳେ ତାଙ୍କ ମନର କଥା ଝିଅ ରବିନା ସୁରୀଙ୍କୁ କହିଥିଲେ । ସେ ଉତ୍ତର ଭାରତର ପାରମ୍ପାରିକ ଆନନ୍ଦ ବେସନ ବର୍ଫି ଏବଂ ଆଚାର, ଜାମ, ହାଲୱା ପ୍ରସ୍ତୁତ କରି ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ । ଏଇଠାରୁ ଆରମ୍ଭ ହୋଇଥିଲା ‘ୱାନ କିଚେନ’ । ଏହାର କିଛିଦିନ ପରେ ତାଙ୍କ ନାତୁଣୀ ଏହି ପ୍ରାମାଣିକ ବ୍ରାଣ୍ଡକୁ ‘ବଚପନ ୟାଦ ଆ ଜାଏ’ ଟ୍ୟାଗ ଦେଇଥିଲେ ।

ୱାନ କିଚେନରେ ନିଜେ ହରଭଜନ ଓ ତାଙ୍କର କିଛି ସହଯୋଗୀ ହାତ ତିଆରି ଏହି ଖାଦ୍ୟସାମଗ୍ରୀକୁ ଆମାଜନ ସହାୟତାରେ ବିକ୍ରି କରିବା ଆରମ୍ଭ କରିଦେଇଥିଲେ । ହରଭଜନଙ୍କର ଦୃଢ ଇଚ୍ଛାଶକ୍ତି ଓ ଉତ୍ସାହ ତାଙ୍କୁ ୯୫ ବର୍ଷ ବୟସରେ ବି ଜଣେ ସଫଳ ଉଦ୍ୟୋଗି ଭାବେ ପରିଚୟ ଦେଇଛି । ସେ କହନ୍ତି କି ଏବେ ଦେଶର ସ୍ୱଂୟ ସହାୟକ ଗୋଷ୍ଠୀମାନେ ଏଭଳି କରି ଲାଭବାନ ହୋଇପାରିବେ    ।