କନକ ବ୍ୟୁରୋ : ଆଗକୁ ପାର୍ବଣ । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି । ସେହିଭଳି ନିଶା କାରବାର ରୋକିବାକୁ ପୁଲିସ ପଦକ୍ଷେପ ନେଇଛି । ଭୁବନେଶ୍ୱର ସାଲିଆ ସାହିରେ ବଡ଼ ଧରଣର ଚଢାଉ କରାଯାଇଛି । ମାଦକ ଦ୍ରବ୍ୟ କାରବାର ସୁରାକ ପାଇ ଏହି ଚଢାଉ ହୋଇଛିି । ବସ୍ତିରେ ବିଭିନ୍ନ ଘରେ ଦେଶୀ ମଦ ଭାଟି ଠାବ କରିବା ସହିତ ଏହାକୁ ନଷ୍ଟ କରିଛି ପୁଲିସ୍ । ବସ୍ତିରେ ବ୍ୟାପକ ଭଙ୍ଗାରୁଜା ପୁଲିସ କରିଛି । ତେବେ ଏଠାରେ ବହୁ ଲୋକ ବାହାରୁ ଆସି ପରିଚୟ ଗୋପନ ରଖି ରହୁଥିବା ସନ୍ଦେହ କରିଛି ପୁଲିସ ।
ପାର୍ବଣକୁ ନେଇ ଆକ୍ସନ ମୋଡରେ କମିଶନରେଟ୍ ପୋଲିସ : ସାଲିଆ ସାହିରେ ଚଢାଉ, ଭାଙ୍ଗିଲା ଦେଶୀ ମଦ ଭାଟି
/kanak/media/post_attachments/wp-content/uploads/2022/09/vlcsnap-2022-09-20-12h33m33s418.png)