ଗ୍ୟାଙ୍ଗଷ୍ଟରକୁ ଗୁଳିମାଡ । ଟଳିପଡିଲା ଆତିକ ଅହମ୍ମଦ । ଆତିକର ଭାଇ ଅଶରଫକୁ ବି ଗୁଳି କରି ହତ୍ୟା ।

727

କନକ ବ୍ୟୁରୋ: ପ୍ରୟାଗରାଜରୁ ଆସିଲା ବଡ଼ ଖବର । ଉତ୍ତରପ୍ରଦେଶର ଗ୍ୟାଙ୍ଗଷ୍ଟରରୁ ନେତା ବନିଥିବା ଆତିକ୍ ଅହମ୍ମଦଙ୍କୁ ହତ୍ୟା । ଗୁଳିମାଡ଼ରେ ଆତିକର ଭାଇ ଅଶ୍ରଫ୍ ମଧ୍ୟ ଘଟଣାସ୍ଥଳରେ ଟଳି ପଡିଛିି । ପ୍ରୟାଗରାଜ ମେଡିକାଲ୍ କଲେଜକୁ ନିଆଯାଉଥିବା ବେଳେ ଏହି ଗୁଳିକାଣ୍ଡ ଘଟିଛି ।

ତେବେ ୨ ଜଣଙ୍କୁ ମେଡିକାଲ ଆଣିଥିଲା ପୋଲିସ । ମିଡିଆକୁ ବାଇଟ ଦେଲା ବେଳେ ଦୁର୍ବୃତ୍ତ ଆତିକର ମୁଣ୍ଡକୁ ଗୁଳି କରିଥିବା ସୂଚନା । ୩ ଜଣ ଦୁର୍ବତ୍ତ ହଠାତ ଆସି ଗୁଳି କରି ମାରିଥିବା ଦୃଶ୍ୟ କ୍ୟାମେରାରେ କଏଦ । ତେବେ ପୋଲିସ ସାମ୍ନାରେ ଏମିତି ଗୁଳିକାଣ୍ଡ ନେଇ ପ୍ରଶ୍ନ ଉଠିଥିବା ବେଳେ ପୋଲିସ ୩ ଜଣଙ୍କୁ ଧରିଛି ଏବଂ ପିସ୍ତଲ ଜବତ କରିଛି ।