କ୍ୟାମେରା ଦେଖିଲା LIVE ଗୁଳିମାଡ । ଆସିଲେ, ବନ୍ଧୁକ ଖୋଲିଲେ, ସିଧା ଗୁଳିକରି ମାରିଦେଲେ…

1,047

କନକ ବ୍ୟୁରୋ: କ୍ୟାମେରା ଆଗରେ ଗ୍ୟାଙ୍ଗଷ୍ଟାରକୁ ଗୁଳିମାଡ । ମେଡିକାଲ ନେବାବେଳେ ମେଡିକାଲ ପାଖରେ କୁଖ୍ୟାତ ଅପରାଧୀ ଆତିକ ଅହମ୍ମଦକୁ ଲାଇଭ ଆଟାକ୍ । ମିଡିଆ ଆଗରେ ବାଇଟ ଦେଲା ବେଳେ ଗୁଳି କଲେ ୩ ଦୁର୍ବୃତ୍ତ । ତେବେ ଗୁଳି ମାଡ ବେଳେ ଜୟ ଶ୍ରୀରାମ ନାରା ଶୁଭିଥିବା ସୂଚନା ମିଳିଛି । ପୋଲିସ ସାମ୍ନାରେ ହଠାତ୍ ଗୁଳିମାଡ ପରେ ତଳେ ପଡିଥିବା ଆତିକ ଓ ତା ଭାଇକୁ ବି ଅତର୍କିତ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଅନ୍ଧାଧୁନ ଗୁଳିମାଡ ପରେ ୩ ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଛି ପୋଲିସ ।

ତେବେ ଗୁରୁବାର ଦିନ ଆତିକର ପୁଅକୁ ଏନକାଉଣ୍ଟର କରାଯାଇଛି । ଆଉ ଆଜି ଆତିକ ଓ ତା ଭାଇର ହତ୍ୟା ହୋଇଛି । କୁଖ୍ୟାତ ଗ୍ୟାଙ୍ଗଷ୍ଟର ଆତିକ ଅହମ୍ମଦର ଅପରାଧର କାହାଣୀ ଉତ୍ତରପ୍ରଦେଶ ତଥା ହିନ୍ଦୀ ଭାଷାଭାଷି ରାଜ୍ୟ ଗୁଡିକରେ ବେଶ୍ ଜଣାଶୁଣା । ଏହି କୁଖ୍ୟାତ ଅପରାଧୀ ବିଧାୟକ ଓ ସାଂସଦ ବି ବନିଥିଲା । ଉତ୍ତରପ୍ରଦେଶର ମାଫିଆଙ୍କ ଭିତରେ ନାଁ କମାଇଥିବା ଆତିକ ଅହମ୍ମଦ ଗୋଟିଏ ଜେଲରୁ ଆଉ ଗୋଟିଏ ଜେଲକୁ ସ୍ଥାନାନ୍ତର ଭିତରେ ପୁଲିସ ତାକୁ ଗୁଳି କରି ଦେବ ବୋଲି ଆଶଙ୍କା କରୁଥିଲା ।

ଅତିକ ବିରୋଧରେ, ଉତ୍ତରପ୍ରଦେଶରେ ଶହେରୁ ଅଧିକ ଅପରାଧିକ ମାମଲା ରହିଛି । ମାମଲା ଗୁଡିକ ମଧ୍ୟରୁ ଅଧିକାଂଶ, ହତ୍ୟା, ହତ୍ୟା ଉଦ୍ୟମ, ଭଳି କେସ୍ ରହିଛି । ଶହ ଶହ ଗୁଣ୍ଡାଙ୍କୁ ନେଇ ଗ୍ୟାଙ୍ଗ ଗଢ଼ିଥିଲା ଅତିକ ଅହମ୍ମଦ । ଅପରାଧ ସାମ୍ରାଜ୍ୟ ବିସ୍ତାର କରିବା ପରେ, ୧୯୮୯ରେ ରାଜନୀତିରେ ଏଂଟ୍ରି କରିଥିଲା । ଆଉ ସେହିବର୍ଷ ଆହ୍ଲାବାଦ ବିଧାନସଭା କ୍ଷେତ୍ରରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲା । ସେ ସାଂସଦ ଭାବେ ନିର୍ବାଚିତ ହେବା ସହ ପାଞ୍ଚ ଥର ଉତ୍ତରପ୍ରଦେଶ ବିଧାନସଭାକୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲା । ବନ୍ଧୁକ ଗୁଳି ଓ ଟଙ୍କା ବଳରେ ନିର୍ବାଚନ ଜିତି ଆସୁଥିଲେ ଆତିକ୍ । କିନ୍ତୁ ଉତରପ୍ରଦେଶରେ ଯୋଗୀ ସକରାର ଆସିବା ପରେ, ସବୁକିଛି କିଛି ବଦଳିଯାଇଥିଲା ।