ଜେଲ ଭିତରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ରଣହୁଙ୍କାର । ଆଜିି ଇଡି ବିରୋଧରେ କରିବେ ବଡ ଖୁଲାସା ।

119

କନକ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହେବା ପରେ ତେଜିବାରେ ଲାଗିଛି ରାଜନୀତି । କେନ୍ଦ୍ରର ବିଜେପି ସରକାର ଆକ୍ରୋଶମୂଳକ ଭାବେ ମିଥ୍ୟା ମାମଲାରେ ଦଳର ମୁଖ୍ୟଙ୍କ ସମେତ ଅନ୍ୟ ନେତାଙ୍କୁ ଗିରଫ କରିଥିବା ଅଭିଯୋଗ କରିଛି ଦଳ । ବିଜେପିର ଭ୍ରଷ୍ଟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଥିବା ପ୍ରେସମିଟ କରି କହିଛନ୍ତି ଦଳର ଗଞ୍ଜାମ ଜିଲ୍ଲା ସଭାପତି ସୁବାସ ଚନ୍ଦ୍ର ରାଉତ । ଏହାର ପ୍ରଦିବାଦରେ ଆଜିଠୁ ବ୍ରହ୍ମପୁର ଗାନ୍ଧୀ ନଗରସ୍ଥିତ ଗାନ୍ଧୀମୂର୍ତ୍ତୀ ନିକଟରେ ଧାରଣା ଦେବେ ଆମ ଆଦମୀ ପାର୍ଟିର କର୍ମକର୍ତ୍ତା ।

କେଜ୍ରିୱାଲଙ୍କ ଗିରଫ ହୋଇଥିବା ଦଳର ସମସ୍ତ ନେତାଙ୍କୁ ଖଲାସ କରିବା ସହ ବିଜେପି ସରକାର ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ଆପର ସମସ୍ତ ନେତାଙ୍କୁ ତୁରନ୍ତ ଦୋଷମୁକ୍ତ କରା ନଗଲେ ଆଗକୁ ଅନ୍ଦୋଳନ ତୀବ୍ର ହେବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି ।