କୋଟିଆରେ ଆନ୍ଧ୍ର କରିବ ମତଦାନ କେନ୍ଦ୍ର । ୬ରୁ ୮ଟି ବୁଥ୍ କରିବାକୁ ଯୋଜନା ।

47

କନକ ବ୍ୟୁରୋ: କୋଟିଆରେ ପୁଣି କେଁ ପୁରାଉଛି ଆନ୍ଧ୍ର । ନିର୍ବାଚନ କରିବାକୁ ଚଳାଇଛି ଚକ୍ରାନ୍ତ । ଏନେଇ ଆନ୍ଧ୍ରର ପାର୍ବତୀପୁରମ୍ ମାନ୍ୟମ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି । କୋଟିଆ ପଞ୍ଚାୟତରେ ୬ରୁ ୮ଟି ମତଦାନ କେନ୍ଦ୍ର କରିବାକୁ ସଜବାଜ ହେଉଛି ପଡୋଶୀ ରାଜ୍ୟ । ଗତ ସୋମବାର ପାର୍ବତୀପୁରମ୍ ମାନ୍ୟମ୍ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଜିଲ୍ଲାପାଳ ନିଶାନ୍ତ କୁମାର କୋଟିଆ ଭୋଟର ଏବଂ ମତଦାନ କେନ୍ଦ୍ର ଫୋକସରେ ରହିଥିବା ସୂଚନା ଦେଇଥିଲେ ।
ଦୁଇବର୍ଷ ତଳେ ହୋଇଥିବା ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ସମୟରେ କରୋନା କଟକଣା ରହିଥିଲା । ତେଣୁ କୋଟିଆ ପଂଚାୟତରେ ଆଶାନୁଯାୟୀ ମତଦାନ ହୋଇପାରି ନଥିଲା । ତେଣୁ ଏଥର କୋଟିଆରେ ବୁଥ୍ କରିବାକୁ ନିଷ୍ପତି ନେଇଛି ଆନ୍ଧ୍ର । ସେପଟେ ୨୦୧୯ରେ ଦୁଇ ରାଜ୍ୟରେ ମଧ୍ୟରେ ହୋଇଥିବା ଚୁକ୍ତିନାମା ଅନୁସାରେ ହିଁ ନିର୍ବାଚନ ହେବ । ଆନ୍ଧ୍ରକୁ ମନମାନି କରିବାକୁ କୌଣସି ସୁଯୋଗ ଦିଆଯିବ ନାହିଁ ବୋଲି କୋରାପୁଟ ଜିଲ୍ଲାପାଳ କହିଛନ୍ତି ।