କନକ ବ୍ୟୁରୋ: ସଡ଼କ ଦୁର୍ଘଟଣାରେ ବୃଦ୍ଧାଙ୍କ ମୃତ୍ୟୁ ପରେ ଶବ ରଖି ରାସ୍ତା ଅବରୋଧ କଲେ ଉତ୍ୟକ୍ତ ଲୋକେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ସାନଭରଣ୍ଡି ଗାଁରେ । ଫଳରେ ୩୯ ନମ୍ବର ରାଜ୍ୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।
ରାୟପୁରରୁ ନବରଙ୍ଗପୁର ଯାଉଥିବା କେ ପିକ୍ ଅପ୍ ଆଡି ଗାଁର ଗୌରୀ ମାଝୀ ନାମକ ବୃଦ୍ଧା ରାସ୍ତା ପାରି ହେଉଥିବା ବେଳେ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ କ୍ଷତି ପୂରଣ ଦାବିରେ ତାତିଛନ୍ତି ଲୋକେ । ପୋଲିସ ପହଂଚି ଡ୍ରାଇଭର ଏବଂ ହେଲପରଙ୍କୁ ଗିରଫ କରିଥିବା ବେଳେ ଘଟଣା ସ୍ଥଳରେ ଉତେଜନା ଲାଗି ରହିଛି ।