ପ୍ରାର୍ଥୀ ଘୋଷଣା ପରେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା । ସକାଳୁ ଶ୍ରୀଜିଉଙ୍କୁ ଦର୍ଶନ କଲେ ପ୍ରଣବ ପ୍ରକାଶ ଦାସ ।

365

କନକ ବ୍ୟୁରୋ: ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ପ୍ରଣବ ପ୍ରକାଶ ଦାସ । ସମ୍ବଲପୁର ଲୋକସଭା ପ୍ରାର୍ଥୀ ହେବା ପରେ ସେ ଆଜି ସକାଳୁ ଶ୍ରୀମନ୍ଦିରରେ ପହଂଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ସମ୍ବଲପୁରରେ ଏଥର ହାଇଭୋଲଟେଜ୍ ଲଢ଼େଇ ହେବାର ସମ୍ଭାବନା ରହିଛି । ବିଜେଡି ପ୍ରଣବ ପ୍ରକାଶକୁ ସମ୍ବଲପୁରରୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ଧର୍ମେନ୍ଦ୍ରଙ୍କୁ ସମ୍ବଲପୁରରୁ ପ୍ରାର୍ଥୀ କରିଛି । ପ୍ରଣବ ପ୍ରକାଶଙ୍କ ସହ ବିଜେଡିର ପୁରୀ ବିଧାନସଭା ପ୍ରାର୍ଥୀ ସୁନୀଲ ମହାନ୍ତି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।