ଗଜପତିରୁ ଭୁବନେଶ୍ୱର, କ୍ରାଇମବ୍ରାଂଚ୍ ଅଫିସରରୁ ମାନବାଧିକାର କମିଶନ! ନ୍ୟାୟ ପାଇଁ ଧାଇଁ ଧାଇଁ ନୟାନ୍ତ ହେଲେଣି ପାରଳା ରାଜାଙ୍କ ମ୍ୟାନେଜର ଅନଙ୍ଗ ମଂଜରୀଙ୍କ ପରିବାର

30

କନକ ବ୍ୟୁରୋ : ଗଜପତିରୁ ଭୁବନେଶ୍ୱର । କ୍ରାଇମବ୍ରାଂଚ୍ ଅଫିସରରୁ ମାନବାଧିକାର କମିଶନ । ନ୍ୟାୟ ପାଇଁ ଧାଇଁ ଧାଇଁ ନୟାନ୍ତ ହେଲେଣି ପାରଳା ରାଜାଙ୍କ ମ୍ୟାନେଜର ଅନଙ୍ଗ ମଂଜରୀଙ୍କ ପରିବାର । ପାରଳା ଗଣଆତ୍ମହତ୍ୟା ଘଟଣାକୁ ପାଖାପାଖି ଦେଢ ବର୍ଷ ହେଲାଣି । ହେଲେ ଆଜି ଯାଏଁ ଘଟଣା ପଛର ସତ ସ।ମ୍ନାକୁ ଆସିପାରିନି । ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଂଚ୍ ଏଯାଏଁ ସମ୍ପୂର୍ଣ୍ଣ ତଦନ୍ତ ରିପୋର୍ଟ ଦେଇ ପାରିନଥିବା ବେଳେ ୭ ଥର ଶୁଣାଣି ଘୁଂଚିଲାଣି । ପୂର୍ବ ମାନବାଧିକାର କମିଶନରେ ଶୁଣାଣି ଘୁଂଚିଥିବା ବେଳେ ଆଜି ବି ସେହି ସମାନ ଖବର ।

ଶୁଣାଣି ଘୁଂଚାଇ ପୁଣି ୩ ମାସ ସମୟ ନେଇଛନ୍ତି ରାଜ୍ୟ ମାନବାଧିକାର କମିଶନ । ୨୦୧୭ ଅଗଷ୍ଟ ୨୧ ତାରିଖରେ ପାରଳା ରାଜା ଗୋପିନାଥ ଗଜପତିଙ୍କ ମ୍ୟାନେଜର ଅନଙ୍ଗ ମଂଜରୀଙ୍କ ସମେତ ୪ ଜଣ ଆତ୍ମହତ୍ୟା କରିଥିଲେ । ପାରଳା ରାଜାଙ୍କ ନଜରବନ୍ଦୀ ଗୁଜବ ଘଟଣାକୁ କେନ୍ଦ୍ର କରି ହୋଇଥିବା ଗଣଆତ୍ମହତ୍ୟା ମାମଲାରେ ଏଯାଏଁ ରାଜାଙ୍କ ବୟାନ ରେକର୍ଡ କରିନି କ୍ରାଇମ୍ବ୍ରାଂଚ । ସେପଟେ ଦିନକୁ ଦିନ ରାଜା ଗୋପିନାଥ ଗଜପତିଙ୍କ ସ୍ୱାସ୍ଥ୍ୟବସ୍ଥା ବିଗୁଡୁଛି । ରାଜା ଏବେ ଗୁରୁତର ଅବସ୍ଥରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭେଂଟିଲେଟରରେ ଥିବା ବେଳେ ନ୍ୟାୟ ଅପେକ୍ଷାରେ ଥିବା ଅନଙ୍ଗ ମଂଜରୀଙ୍କ ପରିବର ହତାସ୍ ହୋଇପଡିଛନ୍ତି ।