କିଶୋର କୁମାରଙ୍କ ଗୀତରେ ଦର୍ଶକଙ୍କୁ ମତୁଆଲା କଲେ ବଲିଉଡ ସିଙ୍ଗର ଅମିତ କୁମାର ! ଓଡ଼ିଆ ଗୀତ ଗାଇ ଜିଣିଲେ ଦର୍ଶକଙ୍କ ମନ

66

କନକ ବ୍ୟୁରୋ : ଯାଜପୁର ଜିଲା ପୈାର ପରିଷଦର ୧୫୦ ବର୍ଷ ପାଳନ ଓ ଜିଲା ପ୍ରତିଷ୍ଠାର ୨୫ବର୍ଷ ପୂର୍ତି ଉତ୍ସବର ଚତୁର୍ଥ ସନ୍ଧ୍ୟା । ମଂଚରେ ଦେଖିବାକୁ ମିଳିଥିଲା ବଲିଉଡ୍ କଣ୍ଠଶିଳ୍ପୀ ଅମିତ କୁମାରଙ୍କ ଜବରଦସ୍ତ ମେହଫିଲ୍ । କିଶୋର କୁମାରଙ୍କ ଗୀତରେ ଶ୍ରୋତା ଓ ଦର୍ଶକଙ୍କୁ ଅନେକ ସମୟ ଧରି ବାନ୍ଧିରଖିଥିଲେ ତାଙ୍କ ପୁଅ ଅମିତ । ଏକ ପୁରୁଣା ଓଡ଼ିଆ ଗୀତ ବି ଗାଇଥିଲେ ଅମିତ ।

କିଶୋର କୁମାରଙ୍କ ଗୀତର ଧୂନରେ ପୁଅ ଅମିତ କୁମାର୍ । ପୁରୁଣା ଗୀତର ତାଳେ ତାଳେ ଦର୍ଶକ ହେଲେ ମତୁଆଲା । ଯାଜପୁର ପୈାର ପରିଷଦର ୧୫୦ ବର୍ଷ ପାଳନ ଚତୁର୍ଥ ସନ୍ଧ୍ୟାରେ ଦର୍ଶକଙ୍କୁ ମତୁଆଲା କରିଥିଲେ ଅମିତ । ତେବେ ମୁଖ୍ୟ ଆକର୍ଷଣ ସାଜିଥିଲା ଅମିତଙ୍କ ଓଡ଼ିଆଗୀତ । ଅମିତଙ୍କ ମୁହଁରୁ ଲୋକପ୍ରିୟ ଓଡ଼ିଆ ଗୀତ ଏ ବନର ଛାଇ ଆରମ୍ଭ ହେବା ମାତ୍ରେ ତାଳି ମାଡରେ କମ୍ପି ଉଠିଥିଲା ପୂରା ଗ୍ରାଉଣ୍ଡ । ଏହାପରେ ଗୋଟିଏ ପରେ ଗୋଟିଏ ବଲିଉଡର ସୁପରହିଟ ଟ୍ରାକ ବୋଲି ଦର୍ଶକଙ୍କ ମନ ଜିଣିଥିଲେ ଅମିତ । ଖାସ କରି ରୂପ ତେରା ମସ୍ତାନା ଗୀତରେ ଝୁମିଥିଲେ ଦର୍ଶକ ।

ଅମିତ କୁମାରଙ୍କ ଧୂନରେ ବେଶ କିଛି ସମୟ ଧରି ଝୁମିଥିଲା ଯାଜପୁରର ମାଟି । ଦର୍ଶକ ମନଭରି ଉପଭୋଗ କରିଥିଲେ ଏହି ବଲିଉଡ କଣ୍ଠଶିଳ୍ପୀଙ୍କ ଗାୟକୀକୁ । ଶେଷରେ ଅମିତଙ୍କୁ ବିଧାୟକ ଅରୁଣ ସାହୁ ସମ୍ବର୍ଦ୍ଧିତ କରିଥିଲେ ।ଏହାସହ ଉତ୍ସବର ଶେଷଦିନ ପର୍ଯ୍ୟନ୍ତ ବଲିଉଡର ନାମୀଦାମୀ ସିଙ୍ଗର ସାନ, ସୋନୁ ନିଗମଙ୍କ ଭଳି ତାରକଙ୍କୁ ମଧ୍ୟ ଦେଖିବାକୁ ମିଳିବ ।