ଓରେରା ନିୟମରେ ସଂଶୋଧନ: ଘର ମୂଲ୍ୟ ଉପରେ ଟିକସ ଦେବେନି ଗ୍ରାହକ

197

କନକ ବ୍ୟୁରୋ: ଏଣିକି ଘର ମୂଲ୍ୟ ଉପରେ ଟିକସ ଦେବେନି ଗ୍ରାହକ । ଏଣିକି ଫ୍ଲାଟ ବି କିଣାବିକା ହୋଇପାରିବ । ନଗର ଉନ୍ନୟନ ବିଭାଗ ପକ୍ଷରୁ ଗେଜେଟ ବିଜ୍ଞପ୍ତି ମାଧ୍ୟମରେ ରେରା ନିୟମ-୨୦୧୭ର ସଂଶୋଧନ କରିଛି । ଏଥିରେ ଗ୍ରାହଙ୍କ ପାଇଁ ଅନେକ ସୁବିଧା କରାଯାଇଛି । ଏଥି ଅନୁଯାୟୀ ରିଅଲ ଇଷ୍ଟେଟ ସଂସ୍ଥା ନେତାଙ୍କୁ ଅତିରିକ୍ତ ଦେୟ ଚାର୍ଜ କରିପାରିବେ ନାହିଁ । ଏ ନେଇ ନିୟମରେ ଆବଶ୍ୟକୀୟ ସଂଶୋଧନ କରାଯାଇଛି । ଘର ମୂଲ୍ୟ ଉପରେ ଟିକସ ଦେବେନି ଗ୍ରାହକ ।

ଏବେ ଆସନ୍ତୁ ଦେଖିବା ସଂଶୋଧିତ ହୋଇଥିବା ନିୟମରେ କଣ ରହିଛି ।
– ରିଅଲ ଇଷ୍ଟେଟ ସଂସ୍ଥା କ୍ରେତାଙ୍କଠାରୁ ଅତିରିକ୍ତ ଦେୟ ଚାର୍ଜ କରିପାରିବେନି
– ଜିଏସଟି, ସେସ ଅନ୍ୟାନ୍ୟ ଟିକସ ନେଇପାରିବେନି ରିଅଲ ଇଷ୍ଟେଟ
– ଘର ମୂଲ୍ୟ ବାଦ୍ କିଛି ଟିକସ ନେଇପାରିବେନି
– ରିଅଲ ଇଷ୍ଟେଟ ସଂସ୍ଥା ଘରର ନିର୍ମାଣ ଖର୍ଚ, ଟିକସକୁ ମିଶାଇ ଘରର ମୂଲ୍ୟ

ଧାର୍ଯ୍ୟ କରିବେ
– ବିଳମ୍ବରେ ପ୍ରକଳ୍ପ ଶେଷ ହେଲେ କ୍ରେତା ଅଧିକ ଅର୍ଥ ଦେବେନି
– ରିଅଲ ଇଷ୍ଟେଟ ସଂସ୍ଥା ଏଥିପାଇଁ ବାଧ୍ୟ କରିପାରିବେନି
– ଆପାର୍ଟମେଂଟରେ ଲୋକଙ୍କ ପାଇଁ ଥିବା ଅଂଚଳଗୁଡିକୁ ଅଲଗା ଅଲଗା ବିକ୍ରି କରାଯାଇପାରିବ ନାହିଁ
– ବିଲଡରମାନେ ପାର୍କିଂ ଅଂଚଳ ବାବଦକୁ ଯେଉଁ ଟଙ୍କା ନେଉଥିଲେ ତାହା ନେଇପାରିବେନି
– ସମସ୍ତେ ସବୁ ଅଂଚଳକୁ ବ୍ୟବହାର କରିପାରିବେ
– ପାର୍କିଂ ଅଂଚଳରେ କୌଣସି କଟକଣା ରହିବନି
– ଘର-ଜମି କିଣିବା ପାଇଁ ଯିଏ ବୁକିଂ କରିଥିବ ସିଏ ଘର କାମ ବୁଲିକରି ଦେଖିପାରିବେ
– ଘରେ ରହିବା ପରେ କ୍ରେତା ରକ୍ଷଣାବେକ୍ଷଣ ବାବଦକୁ ଫି ଦେବେ