ଲଦାଖରୁ ସରିଲା ସୈନ୍ୟ ଅପସାରଣ: ଗୋଗ୍ରା ଓ ହଟ ସ୍ପ୍ରିଙ୍ଗ ଅଂଚଳରୁ ସମ୍ପୂର୍ଣ୍ଣ ପଛକୁ ହଟିଲେ ଉଭୟ ଚୀନ ଓ ଭାରତ ସେନା

113

କମକ ବ୍ୟୁରୋ: ଆଲୋଚନା ମୁତାବକ ଶେଷ ହୋଇଛି ଲାଇନ ଅଫ ଆକଚୁଆଲ କଂଟ୍ରୋଲରୁ ନିକଟରୁ ସୈନ୍ୟ ଅପସାରଣ ପ୍ରକ୍ରିୟା । ଲଦାଖର ଗୋଗ୍ରା ଓ ହଟ ସ୍ପ୍ରିଗଂ ଅଂଚଳର ପଏଂଟ ୧୫ରୁ ଉଭୟ ଚୀନ ଓ ଭାରତର ସେନା ସମ୍ପୂର୍ଣ୍ଣଭାବେ ପଛକୁ ହଟିଯାଇଛନ୍ତି । ୮ତାରିଖରୁ ଆରମ୍ଭ ହୋଇଥିବା ସୈନ୍ୟ ଅପସାରଣ ପ୍ରକ୍ରିୟା ୧୨ ତାରିଖରେ ଶେଷ ହୋଇଛି । ଏଥିସହ ସେଠାରେ ନିର୍ମାଣ କରାଯାଇଥିବା କିଛି ଅସ୍ଥାୟୀ ସାମରିକ ଭିତିଭୂମିକୁ ମଧ୍ୟ ଭାଙ୍ଗି ଦିଆଯାଇଛି । ଗତ ସପ୍ତାହରେ ଦୁଇ ଦେଶ ମଧ୍ୟରେ କମାଣ୍ଡର ସ୍ତରୀୟ ବୈଠକ ବସିଥିଲା ଓ ବୈଠକ ଶେଷ ପରେ ମିଳିତ ବୟାନ ଜାରି ହୋଇଥିଲା । ଉଭୟ ଦେଶର ସେନା ପୂର୍ବସ୍ଥିତିକୁ ଫେରିଯିବେ ବୋଲି ସହମତି ପ୍ରକାଶ କରିଥିଲେ ।